ବ୍ରିଟେନରେ ମିଳିଲା କରୋନା ଭାଇରସର ଆଉ ଏକ ନୂଆ ରୂପ, ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ

ଲଣ୍ଡନ,୨୪ ।୧୨: କରୋନା ଭାଇରସର ନୂଆ ରୂପକୁ ନେଇ ଚିନ୍ତାରେ ଥିବା ବ୍ରିଟେନ ପୁଣିଥରେ ଅଡୁଆରେ ପଡିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହେନକଁକ ବୁଧବାର ସୂଚନା ଦେଇଛନ୍ତି କି ଏବେ ଯେଉଁ ଦୁଇଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କଠାରେ କରୋନା ଭାଇରସର ଆଉ ଏକ ନୂଆ ରୂପ ଦେଖାଦେଇଛି । ଏମାନେ ନିକଟରେ ଆଫ୍ରିକାରୁ ଫେରିଥିଲେ । ବିଶେଷଜ୍ଞମାନେ ଭାଇରସର ଏହି ଦକ୍ଷିଣ ଆଫ୍ରିକା ରୂପ ଦେଖି କହିଛନ୍ତି ଯେ ଦେଶରେ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଅଧିକ ସଂଖ୍ୟାରେ ସଂକ୍ରମିତ କରିବାର ଆଶଙ୍କା ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା କଥା ହେଲା ଏବେ ଯେଉଁ ଦୁଇ ଜଣ ବ୍ୟକ୍ତିଙ୍କ ନିକଟରେ କରୋନା ଭାଇରସର ଏହି ନୂଆ ରୂପ ଦେଖିବାକୁ ମିଳିଛି ତାହା ପ୍ରଥମ ରୂପ ଅପେକ୍ଷା ଅଧିକ କ୍ଷତିକାରକ । ସେମାନେ ଆହୁରି ମଧ୍ୟ କହିଛନ୍ତି ଏହା ପ୍ରଥମେ ଦେଖାଦେଇଥିବା ନୂଆ ରୂପରୁ ମୁଟେଟ ହୋଇଛି । ଏହାକୁ ଦେଖି ସରକାର ଦକ୍ଷିଣ ଆଫ୍ରିକାକୁ ଯାତାୟାତ ବନ୍ଦ କରିଦେଇଛନ୍ତି । ଏହାସହ ଗତ ୧୫ ଦିନ ମଧ୍ୟରେ ଯେଉଁମାନେ ସେଠାରୁ ଫେରିଛନ୍ତି ସେମାନଙ୍କୁ ଚିହ୍ନଟ କରି କ୍ୱାରାଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share