ଇତିହାସ ରଚିଲେ ବ୍ରିଟେନ୍‌ର ନୂଆ ସରକାର,ପ୍ରଥମ ଥର ପାଇଁ ମହିଳା ହେଲେ ଅର୍ଥମନ୍ତ୍ରୀ

ଲଣ୍ଡନ,୫।୭: ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରେ ବଦଳିଛି ସରକାର। କନ୍ଜର୍ଭେଟିଭ୍‌ ପାର୍ଟିକୁ ହରାଇ ସରକାର ଗଢ଼ିଛି ଲେବର ପାର୍ଟି। କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ଐତିହାସିକ ବିଜୟ ପରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଷ୍ଟାର୍ମର ନିଜର ଅର୍ଥମନ୍ତ୍ରୀ ଭାବେ ରାଚେଲ ରିଭ୍ସଙ୍କୁ ନିଯୁକ୍ତ କରିଛନ୍ତି। ଫଳରେ ପ୍ରଥମ ଥର ପାଇଁ ଦେଶରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି।

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ନିଜର ପ୍ରଥମ ଭାଷଣରେ ନିର୍ବାଚନରେ ଲେବର ପାର୍ଟିର ବଡ଼ ବିଜୟ ପରେ ଦେଶକୁ ପୁର୍ନନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଷ୍ଟାର୍ମର। ଆମର କାମ ଅତ୍ୟାବଶ୍ୟକ। ଏଣୁ ଏହାକୁ ଆଜିଠାରୁ ହିଁ ଆରମ୍ଭ କରିବାକୁ ଯାଉଛୁ ବୋଲି ମଧ୍ୟ ସେ କହିଥିଲେ।

Share