ମୋଦିଙ୍କ ସହ ସହମତ ବ୍ରିଟେନ ବୈଦେଶିକ ମନ୍ତ୍ରୀ

ଲଣ୍ଡନ,୧୩।୧୨: ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ସହ ସହମତ ହୋଇଛନ୍ତି। ସେ କହିଛନ୍ତି, ପୁଟିନଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦି ହିଁ କହିଥିଲେ ଏବଂ ମୁଁ ତାଙ୍କ ମନ୍ତବ୍ୟରେ ସହମତ। ମୁଁ ଜାଣେ ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ। ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ୟୁରୋପରେ ଶାନ୍ତି ପାଇଁ ଏକମାତ୍ର ରାସ୍ତା। ସେ (ପୁଟିନ) ଉନବିଂଶ ଶତାବ୍ଦୀର ସାମ୍ରାଜ୍ୟ ଜିତୁଛନ୍ତି, ଜାଣିଶୁଣି ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ ପ୍ରଦର୍ଶନ କରୁଛନ୍ତି ଏବଂ ଆଜିର ମୂଲ୍ୟବୋଧକୁ ଖୋଲାଖୋଲି ଭାବରେ ଅବମାନନା କରୁଛନ୍ତି।
ବ୍ରିଟେନର ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି, ବ୍ରିଟେନ ରୁଷିଆର ଆକ୍ରୋଶ ବିରୋଧରେ ଛିଡ଼ା ହୋଇଛି। ଏହାଦ୍ୱାରା ଆମେରିକା, ଫ୍ରାନ୍ସ, ଜର୍ମାନୀ, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ସହ ଆମର ଦୃଢ ଼ ବନ୍ଧୁତ୍ୱରୁ ବ୍ରିଟେନ ବହୁତ ଲାଭବାନ ହୋଇଛି ବୋଲି ସେ କହିଛନ୍ତି।

Share