ଲଣ୍ଡନ,୧୮ ।୭: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ କରୋନାରେ ପୀଡ଼ିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଏବେ ସେ କ୍ୱାରାଣ୍ଟାଇନରେ ଥିବା ବେଳେ ତାଙ୍କଠାରେ ହାଲକା ଲକ୍ଷଣ ଥିବା ସେ କହିଛନ୍ତି । ସୌଭାଗ୍ୟ ବଶତଃ ସେ ଟିକା ନେଇଯାଇଥିବାରୁ ଲକ୍ଷଣ କମ୍ ଥିବା ସେ କହିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି ଯେ ମୁଁ ୨ଟି ଡୋଜ୍ ଟିକା ନେଇଥିବାରୁ ମୋ ନିକଟରେ କମ୍ ଲକ୍ଷଣ ପ୍ରକାଶ ପାଇଛି । ତେଣୁ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଟିକା ନେଇ ଯାଆନ୍ତୁ । ଶୁକ୍ରବାର ଜାଭିଦ ୧୦ ଡାଉନିଂ ଷ୍ଟ୍ରିଟରେ ଥିଲେ । ହେଲେ ସେ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସହ ମିଶିଛନ୍ତି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, ୨୦୨୦ରେ କରୋନାର ପ୍ରଥମ ଲହର ସମୟରେ ବୋରିଶ ଜନସନ କରୋନାରେ ପୀଡ଼ିତ ହୋଇ ଯାଇଥିଲେ । ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଟିକା ନିଶ୍ଚିତ ଭାବେ ନିଅନ୍ତୁ ।