ସାଂଘାତିକ ସ୍ଥିତିରେ ଯୁଦ୍ଧର ମୋଡ: ଇସ୍ତଫା ଦେଲେ ଏମପି

ଇଂଲଣ୍ଡ, ୮।୧୧: ଇସ୍ରାଏଲ-ହମାସ ମଧ୍ୟରେ ଜାରି ଭୀଷଣ ଯୁଦ୍ଧ ମଧ୍ୟରେ ବ୍ରିଟେନର ବିରୋଧି ଦଳ ଲେବର ପାର୍ଟିର ଏମପି ଇମ୍ରାନ ହୁସେନ ଇସ୍ତଫା ଦେଇଛନ୍ତି। ଇମ୍ରାନ ଗାଜା ଷ୍ଟ୍ରିପରେ ଯୁଦ୍ଧ ବିରତି ପାଇଁ ଲଗାତାର ଦାବି କରି ଆସୁଥିଲେ। ଏହି କ୍ରମରେ ଲେବର ପାର୍ଟିର ମୁଖ୍ୟ ସାର କେର ଷ୍ଟ୍ରାରମେରଙ୍କ ସମର୍ଥନ ନ ମିଳିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ସୂଚନାଥାଉ କି, ବ୍ରିଟେନରେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରୁଛି। କିନ୍ତୁ ବିରୋଧି ଦଳ ନେତା ଷ୍ଟ୍ରାରମେର ସରକାରଙ୍କୁ ବିରୋଧ କରିବା ପରିବର୍ତ୍ତେ କିଛି ସମୟ ପାଇଁ ଯୁଦ୍ଧ ବିରତି କରିବାକୁ ଚାହୁଁଛନ୍ତି। ଯାହାକୁ ନେଇ ପାର୍ଟି ଭିତରେ ଅସନ୍ତୋଷ ଲାଗି ରହିଥିଲା। ଫଳସ୍ବରପ ପାର୍ଟିର ନେତା ଇମ୍ରାନ କ୍ୟାବିନେଟରୁ ଇସ୍ତଫା ନେଇଛନ୍ତି।

Share