ବ୍ରିଟେନରେ ମାତିଲାଣି ଓମିକ୍ରନ

ଲଣ୍ଡନ,୭।୧୨: ବ୍ରିଟେନରେ ଓମିକ୍ରନ ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଇଂଲଣ୍ଡର କେତେକ ଅଞ୍ଚଳରେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଥିବା ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ ପାର୍ଲାମେଣ୍ଟରେ ଜଣାଇଛନ୍ତି।

ସୋମବାର ୯୦ ମାମଲା ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୩୩୬ରେ ପହଞ୍ଚିଛି। କେବଳ ଇଂଲଣ୍ଡରେ ୨୬୧ କେସ୍‌ ରହିଛି। ଏହା ତଳକୁ ସ୍କଟଲାଣ୍ଡରେ ୭୧ ଏବଂ ଓ୍ବେଲ୍ସରେ ୪ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାଂଶ ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ତେଣୁ ଇଂଲଣ୍ଡର ଏକାଧିକ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ସେ ସ୍ପଷ୍ଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯାତ୍ରା କଟକଣାକୁ ବ୍ରିଟେନ ସରକାର ଆହୁରି କଡ଼ାକଡ଼ି କରିଛନ୍ତି।

Share