ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କଲେ ବ୍ରିଟେନ ସାଂସଦ, କହିଲେ ଏହା ଆମର ମତ ନୁହେଁ…

ଲଣ୍ଡନ,୧୪।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀକୁ ବ୍ରିଟେନରେ ବିରୋଧ ଚାଲିଛି। ବର୍ତ୍ତମାନ ବ୍ରିଟିଶ ସାଂସଦ ବବ ବ୍ଲାକମ୍ୟାନ ମଧ୍ୟ ଏହି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ଉପରେ ନିର୍ମିତ ଏହି ଡକ୍ୟୁମେଣ୍ଟାରୀ ଅତ୍ୟଧିକ ଆକ୍ରୋଶରେ ପରିପୂର୍ଣ୍ଣ।

ସେ କହିଛନ୍ତି ଯେ ବିବିସି ବ୍ରିଟିଶ ସରକାରଙ୍କ ଆଭିମୁଖ୍ୟ ପ୍ରକାଶ କରୁନାହିଁ। ସେ ଭାରତକୁ ବ୍ରିଟେନର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଏହା ବ୍ରିଟେନର ମତ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ବିବିସିର ନିଜସ୍ବ ମତାମତ ବୋଲି ସେ କହିଛନ୍ତି।

Share