ବ୍ରିଟେନରେ ଜନ୍ମାଷ୍ଟମୀ ପାଳିଲେ ଋଷି ସୁନକ, ପତ୍ନୀଙ୍କ ସହ ପହଞ୍ଚିଲେ ଇସ୍କନ ମନ୍ଦିର

ଲଣ୍ଡନ,୧୯ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢୁଥିବା ମୂଳ ଭାରତୀୟ ଋଷି ସୁନକ ବ୍ରିଟେନରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ଏହି ଅବସରରେ ସେ ଇଣ୍ଟରନ୍ୟାଶନାଲ ସୋସାଇଟି ଫର କୃଷ୍ଣା କନସିୟସନେସ(ଇସ୍କନ) ମନ୍ଦିର ସମାରୋହରେ ଯୋଗ ଦେଇଥିଲେ । ପତ୍ନୀ ଅକ୍ଷତା ମୁର୍ତ୍ତିଙ୍କ ସହ ସେ ସେଠାରେ ପହଞ୍ଚିଥିଲେ । ସୁନକ ପତ୍ନୀଙ୍କ ସହ ଭକ୍ତିବେଦାନ୍ତ ମନ୍ଦିର ସମାରୋହରେ ବି ଯୋଗ ଦେଇଥିଲେ ।
ମନ୍ଦିର ସମାରୋହରେ ଯୋଗଦେବା ପରେ ସୁନକ ଟୁଇଟରରେ ଫଟୋ ଶେୟାର କରି ଲେଖିଛନ୍ତି, ଆଜି ମୁଁ ମୋ ପତ୍ନୀ ଅକ୍ଷତାଙ୍କ ସହ ଜନ୍ମାଷ୍ଟମୀ ପାଳନ କରିବାକୁ ଯାଇଥିଲି, ଏହା ଏକ ଲୋକପ୍ରିୟ ହିନ୍ଦୁ ଉତ୍ସବ ।
ସୂଚନାଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ଋଷି ସୁନକ ବୈଦେଶିକ ସଚିବ ଲିଜ ଟ୍ରସଙ୍କଠାରୁ ପଛରେ ରହିଛନ୍ତି । ଟୋରି ୱେଟର୍ସର ତାଜା ସର୍ଭେ ଅନୁଯାୟୀ, ବୈଦେଶିକ ସଚିବ ଜିଲ ଟ୍ରସ ସୁନକଙ୍କଠାରୁ ବହୁ ଆଗରେ ରହିଛନ୍ତି ।

Share