Categories: ଜାତୀୟ

ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗଣତନ୍ତ୍ର ଦିବସରେ ହେବେ ଅତିଥି

ନୂଆଦିଲ୍ଲୀ,୧୫ ।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆଗାମୀ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ ବୋଲି ଜଣାପଡିଛି । ଏହି ସୂଚନା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଦେଇଛନ୍ତି । ଡେନିବିକ ରାଓ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜନସନ ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ । ୨୭ ବର୍ଷ ଭିତରେ ରାଜପଥ ପରେଡରେ ଅତିଥି ହୋଇ ଆସୁଥିବା ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଜନସନ । ସୂଚନାଯୋଗ୍ୟ, ନଭେମ୍ବର ୨୭ରେ ଟେଲିଫୋନ ଯୋଗେ ମୋଦି ଜନସନଙ୍କୁ ଗଣତନ୍ତ୍ର ଦିବସର ଅତିଥି ଭାବେ ନିମନ୍ତ୍ରଣ ଜଣାଇଥିଲେ । ଏହାପରେ ମୋଦିଙ୍କୁ ଜି ୭ ଶିଖର ସମ୍ମିଳନୀ ପାଇଁ ଆମନ୍ତ୍ରଣ କରାଯାଇଥିଲା ଯାହା ଆସନ୍ତା ବର୍ଷ ବ୍ରିଟେନରେ ଅନୁଷ୍ଠିତ ହେବ । ଏହି ନିମନ୍ତ୍ରଣ ଭାରତ-ବ୍ରିଟେନ ମଧ୍ୟରେ ଅର୍ଥବ୍ୟବସ୍ଥା ଓ ବ୍ୟବସାୟ ଉପରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇଛି ।

Share