କ୍ଷମା ମାଗିଲେ ସୁନକ

ଲଣ୍ଡନ,୨୦ ।୧: କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସୁନକ ଗୁରୁବାର ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ସ୍ଥାନରେ ଗାଡି ଚଲାଉଥିବା ସମୟରେ ସୋସିଆଲ ମିଡିଆ ଭିଡିଓ କରିବାକୁ କିଛି ସମୟ ଲାଗି ନିଜର ସିଟ ବେଲ୍ଟ ଖୋଲି ଦେଇଥିଲେ । ହେଲେ ଏହା ଏକ ଭୁଲ ଓ ସେଥିପାଇଁ ମୁଁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି । ସୁନକଙ୍କ ଡାଉନିଂ ଷ୍ଟ୍ରିଟର ପ୍ରବକ୍ତା କହିଛନ୍ତି ସେ କେବଳ କିଛି ସମୟ ଲାଗି ସିଟ ବେଲ୍ଟ ହଟାଇ ଦେଇଥିଲେ ଓ ସେଥିପାଇଁ ସେ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି ।
ସୂଚନାଯୋଗ୍ୟ, ବ୍ରିଟେନରେ ସିଟ ବେଲ୍ଟ ନ ଲଗାଇଲେ ୧୦୦ ପାଉଣ୍ଡ ଅନ ଦ ସ୍ପଟ ଜରିମାନା ଦେବାକୁ ପଡିଥାଏ । ଯଦି ମାମଲା କୋର୍ଟକୁ ଯାଏ ତେବେ ଏହି ଜରିମାନା ୫୦୦ ପାଉଣ୍ଡରୁ ଅଧିକ ହୋଇପାରେ । ହେଲେ ବୈଧ ଚିକିତ୍ସା ମାମଲାରେ ଏହା କୋହଳ କରାଯାଇଥାଏ । ସୁନକଙ୍କ ପ୍ରବକ୍ତା କହିଛନ୍ତି, ଏହା ଏକ ସଂକ୍ଷିପ୍ତ ଭୁଲ । ପ୍ରଧାନମନ୍ତ୍ରୀ ଗୋଟିଏ ଛୋଟିଆ କ୍ଲିପ ଶୁଟିଂ କରିବାକୁ ତାଙ୍କର ସିଟ ବେଲ୍ଟ ଖୋଲି ଦେଇଥିଲେ । ତେବେ ଏହାକୁ ନେଇ ପିଏମ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭୁଲ ଓ ମୁଁ ଏଥିପାଇଁ କ୍ଷମା ମାଗୁଛି । ପ୍ରବକ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀ କୁହନ୍ତି ସମସ୍ତେ ସିଟ ବେଲ୍ଟ ବାନ୍ଧିବା ଜରୁରୀ ।

Share