ଡ୍ରପ୍‌ ଆଉଟ୍‌ ଏବଂ ଚାକିରି ମିଳୁ ନ ଥିବା କୋର୍ସ ଉପରେ ପ୍ରତିବନ୍ଧକ ଲଗାଇବେ ସୁନକ ସରକାର

ଲଣ୍ଡନ,୧୯।୭: ବ୍ରିଟେନ୍‌ରେ ଯେଉଁ କୋର୍ସରେ ଡ୍ରପ୍‌ ଆଉଟ୍‌ ଅଧିକ ହେଉଛି ସେହି କୋର୍ସରେ ପ୍ରତିବନ୍ଧକ ଲଗାଇବା ନେଇ ସୁନକ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ପିଲାମାନେ ଯେଉଁ କୋର୍ସ କରିବା ଦ୍ୱାରା ଚାକିରି କରି ପାରୁ ନାହାନ୍ତି ତାହାକୁ ମଧ୍ୟ ବ୍ୟାନ୍‌ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିବା ପାଇଁ ସୁନକ ସରକାର ନିହୁକ୍ତି କ୍ଷେତ୍ରରେ ନୂଆ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି।

ରିପୋର୍ଟ ଅନୁଯାୟୀ, ବ୍ରିଟେନର ୧୦ଜଣ ସ୍ନାତକଙ୍କ ମଧ୍ୟରୁ ୩ଜଣ ଚାକିରି ମିଳୁନାହିଁ। ଏଥି ସହିତ ଉଚ୍ଚଶିକ୍ଷା ପରିସଂଖ୍ୟାନ ଏଜେନ୍ସିର ରିପୋର୍ଟ ଅନୁଯାୟୀ ବ୍ରିଟେନରେ କୃଷି, କଳା ଭଳି ବିଷୟଗୁଡିକରେ ସର୍ବାଧିକ ଡ୍ରପଆଉଟ କେସ୍‌ଦେଖିବାକୁ ମିଳିଛି।

Share