ଇଂଲଣ୍ଡ,୧୦।୧୨: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ଘର ଡାଉନିଂ ଷ୍ଟ୍ରିଟ ଭିତରେ ଫଶି ଯାଇଥିଲେ। ଘର ବାହାର ପଟୁ ତାଲା ପଡୁଥିବାରୁ ସେ ବାହାରକୁ ଯାଇପାରୁ ନ ଥିଲେ। ଘଟଣା ଏପରି କି, ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କୁ ସ୍ବାଗତ କରିବା ପରେ ଦୁହେଁ ବାହାରକୁ ଯାଉଥିଲେ। ଏହି ସମୟରେ ହଠାତ୍ ଘରର କବାଟ ବନ୍ଦ ହୋଇଯାଇଥିଲା। ଏପରି ପରିସ୍ଥିତିରେ ଦୁଇ ପ୍ରଧାନମନ୍ତ୍ରୀ ଅସହଜ ମନେ କରୁଥିଲେ। କାରଣ ମିଡିଆ ସେମାନଙ୍କ କଭରେଜ ନେଉଥିଲା। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାରାଲ ହେବାରେ ଲାଗିଛି। ଭିଡିଓରେ ସୁନକ ଘର ଭିତରେ ଫଶି ରହି କବାଟ ପିଟୁଥିବାର ଦେଖାଯାଇଛି। ବହୁ ଚେଷ୍ଟା ପରେ କବାଟ ଫିଟିଥିଲା। ପରେ ଦୁଇ ପ୍ରଧାନମନ୍ତ୍ରୀ ବାହାରକୁ ଯାଇଥିଲେ।
Rishi Sunak appeared to be locked out of Number 10 as he welcomed his Dutch counterpart Mark Rutte.
The pair met to discuss ‘the scourge of illegal migration’ and the UK’s Rwanda policy, as well as the conflict in the Middle East and Ukraine.https://t.co/xItZsH7tea pic.twitter.com/63JM4YpC4v
— Sky News (@SkyNews) December 8, 2023