ଲଣ୍ଡନ,୭ା୫: କିଙ୍ଗ ଚାଲର୍ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍ରେ ରବିବାର ଭୋଜିର ଆୟୋଜନ କରିଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ମଧ୍ୟ ଭୋଜିରେ ଉପସ୍ଥିତ ଥିଲେ। ସ୍ବେଚ୍ଛାସେବୀ, ୟୁକ୍ରେନ୍ ଶରଣାର୍ଥୀଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀମାନଙ୍କ ପାଇଁ ଡାଉନିଂ ଷ୍ଟ୍ରିଟ୍କୁ ଉନ୍ମୁକ୍ତ ରଖାଯାଇଥିଲା। ସେହିପରି ଓ୍ବିଣ୍ଡସର ଗ୍ରେଟ୍ ପାର୍କଠାରେ ପ୍ରିନ୍ସ ଓ ପ୍ରିନ୍ସେସ୍ ଅଫ୍ ଓ୍ବେଲ୍ସ ବିଗ୍ ଲଞ୍ଚ୍ରେ ସାମିଲ ହୋଇଥିଲେ।