ଜେଲେନସ୍କିଙ୍କୁ ମାଆଙ୍କ ହାତ ତିଆରି ବର୍ଫି ଖୁଆଇଲେ ସୁନକ

ଲଣ୍ଡନ,୧୯।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହାରି ଭିତରେ କିଛି ଦେଶ ୟୁକ୍ରେନକୁ ସପୋର୍ଟ କରୁଥିବା ବେଳେ ଆଉ କିଛି ଦେଶ ଏହି ଯୁଦ୍ଧକୁ ନେଇ ସମ୍ପୂର୍ଣ୍ଣ ଭାବେ ଚୁପ ରହିଛନ୍ତି।ଉଭୟ ଦେଶର ନେତା ଅର୍ଥାତ୍‌ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କେହି ହେଲେ ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ କିଛି ଭିଡିଓ ବି ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଭାରତୀୟମାନେ ମଧ୍ୟ ଉତ୍ସାହିତ ଦେଖାଯାଉଛନ୍ତି। ବାସ୍ତବରେ, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କୁ ଏକ ସ୍ବତନ୍ତ୍ର ମିଠା ଉପହାର ଦେଇଛନ୍ତି। ଏହି ବିଶେଷ ମୁହୂର୍ତ୍ତର ଏକ ଭିଡିଓ ସୁନକ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ମା ଉଷାଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ମିଠା ବର୍ଫିକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଡାଉନିଙ୍ଗ ଷ୍ଟ୍ରିଟ ଗସ୍ତରେ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସୁନକ ତାଙ୍କ ମାଙ୍କ ଦ୍ୱାରା ପ୍ରସ୍ତୁତ ବର୍ଫି ବିଷୟରେ କହୁଥିବାବେଳେ ଜେଲେନସ୍କି ଭାରତୀୟ ମିଠା ବର୍ଫି ଖଶି ଏହାକୁ ଖୁବ ଉପଭୋଗ କରୁଛନ୍ତି। ଆଉ ଏହି ମିଠା ଖାଇବା ପରେ ଖୁବ ପ୍ରଶଂସା ବି କରିଛନ୍ତି ଜେଲେନସ୍କି।

Share