କୋହିନୁର ପିନ୍ଧିବେ ନାହିଁ ରାଣୀ କାମିଲା, ଭାରତୀୟ ଅଧିକାରୀ କହିଲେ ଏହା ଔପନିବେଶିକ ଅତୀତର ସ୍ମୃତିକୁ ଫେରାଇ ଆଣିବ

ଲଣ୍ଡନ,୧୪ ।୧୦: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ରାଜ ପରିବାରର କିଙ୍ଗ ଚାର୍ଲସ ତୃତୀୟ ଇଂଲଣ୍ଡର ନୂଆ ରାଜା ଓ ତାଙ୍କ ପତ୍ନୀ କାମିଲା ନୂଆ ରାଣୀ ହୋଇଛନ୍ତି । ନୂଆ ରାଜାଙ୍କ ରାଜ୍ୟାଭିଷେକ ପୂର୍ବରୁ ରାଣୀ କାମିଲା କୋହିନୁର ହୀରା ପିନ୍ଧିବେ ନାହିଁ ବୋଲି ଭାରତୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଭାରତର ଶାସକ ଦଳର ଅଧିକାରୀମାନେ ବୁଧବାର ରାତିରେ ଦାବି କରିଛନ୍ତି ଯେ ରାଣୀ କାମିଲାଙ୍କ ମୁକୁଟରେ ବିବାଦୀୟ କୋହିନୁର ହୀରାର ବ୍ୟବହାର ଔପନିବେଶିକ ଅତୀତର ଦୁଃଖଦ ସ୍ମୃତିକୁ ପୁନର୍ଜିବିତ କରିପାରେ ।
ସୂଚନାଯୋଗ୍ୟ, ବିବାଦୀୟ ଗହଣା ଆସନ୍ତା ବର୍ଷ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ପ୍ରଦର୍ଶିତ ହେବାକୁ ଯାଉଛି । ଏଥିରେ ରାଣୀ କନସର୍ଟ ସମାରୋହରେ ସ୍ୱର୍ଗତ ରାଣୀ ମାତାଙ୍କ ମୁକୁଟ ପିନ୍ଧିବାର ଥିଲା ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନା ବଦଳି ଯାଇଛି । ରାଜନୈତିକ ସମ୍ବେଦନଶୀଳତା ହେତୁ ରାଜ୍ୟାଭିଷେକ ସମୟରେ ରାଣୀ କୋହିନୁର ପିନ୍ଧିବେ ନାହିଁ ବୋଲି ଜଣାପଡିଛି । ରାଜ ପରିବାରର ପୁରୁଷ ସଦସ୍ୟମାନେ ଏହାକୁ ‘ଅଭିଶାପ’ ବୋଲି କୁହାଯାଉଥିବାରୁ ପିନ୍ଧିବେ ନାହିଁ ବୋଲି କହୁଛନ୍ତି । ଦଳର ପ୍ରବକ୍ତା ଟେଲିଗ୍ରାଫକୁ କହିଛନ୍ତି କାମିଲାଙ୍କ ରାଜ୍ୟାଭିଷେକ ଓ କୋହିନୁର ମୁକୁଟର ବ୍ୟବହାର ଉପନିବେଶ ଅତୀତର ଯନ୍ତ୍ରଣାଦାୟକ ସ୍ମୃତିକୁ ଫେରାଇ ଆଣିବ । ସେଥିପାଇଁ ଏହାକୁ ନେଇ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ।

Share