ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କୋଭିଡ ଟେଷ୍ଟ ହୋଇଥିଲା। ବାପା ଓ ମାଆଙ୍କର କୋଭିଡ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାର ପଜିଟିଭ ଆସିଛି। ସେମାନଙ୍କୁ ଇନଷ୍ଟିଚ୍ୟୁସନାଲ ଆଇସୋଲେଶନରେ ରଖାଯାଇଛି। ଆସନ୍ତାକାଲି ପୁଣି ଥରେ ବାପା ଓ ମାଆଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି।