ଭାରତୀୟ ଛାତ୍ରଙ୍କୁ ଅନଲାଇନ ଅଶ୍ଲୀଳ ଫଟୋ ପଠାଇ ଗିରଫ ହେଲେ ଇଂଲଣ୍ଡର ପ୍ରଧାନଶିକ୍ଷକ

ଲଣ୍ଡନ,୨୨।୬: ଲଣ୍ଡନ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଉପ ପ୍ରଧାନଶିକ୍ଷକ ଭାରତର ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ୧୨୦,୦୦୦ରୁ ଅଧିକ ଅଶ୍ଳୀଳ ଚିତ୍ର ପିଲାଙ୍କ ମୋବାଇଲକୁ ପଠାଇ ପିଲାଙ୍କୁ ଅଶ୍ଲୀଳ ଇଙ୍ଗିତ ଦେଉଥିଲେ।

ନ୍ୟାସନାଲ କ୍ରାଇମ ଏଜେନ୍ସି (ଏନସିଏ)ଅନୁଯାୟୀ, ପୂର୍ବ ଡୁଲୱିଚର ୩୪ ବର୍ଷିୟ ମାଥ୍ୟୁ ସ୍ମିଥଙ୍କୁ ୧୩ବର୍ଷରୁ କମ୍‌ ଶିଶୁଙ୍କୁ ଯୌନ ଶୋଷଣ ସମେତ ପାଞ୍ଚଟି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇ ରିମାଣ୍ଡରେ ନିଆଯାଇଛି।

Share