ସବୁଜ ଜଳବାୟୁ ପାଣ୍ଠିକୁ ୨୦୦ କୋଟି ଟଙ୍କା ଦେବ ବ୍ରିଟେନ

ନୂଆଦିଲ୍ଲୀ/ଲଣ୍ଡନ,୧୦ା୯: ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ବଡ଼ ଘୋଷଣା କରିଛନ୍ତି। ବ୍ରିଟେନ ସବୁଜ ଜଳବାୟୁ ପାଣ୍ଠି (ଜିସିଏଫ)କୁ ୨ ବିଲିୟନ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୦୦ କୋଟି ଟଙ୍କା ପ୍ରଦାନ କରିବ।

ବ୍ରିଟେନ ପ୍ରଧାନମନ୍ତ୍ରୀ ସବୁଜ ଜଳବାୟୁ ପାଣ୍ଠି (ଜିସିଏଫ)କୁ ୨୦୦ କୋଟି ଟଙ୍କା ପ୍ରଦାନ କରିବେ। ସିଓପି୧୫ରେ କୋପନହାଗେନ ଚୁକ୍ତିନାମା ପରେ ୧୯୪ ଟି ଦେଶ ଦ୍ୱାରା ଜିସିଏଫ୍‌ ପ୍ରତିଷ୍ଠା କରାଯାଇଥିଲା। ବ୍ରିଟେନର  ଉଚ୍ଚ ଆୟୋଗର ଏକ ବିଜ୍ଞପ୍ତିରେ କୁହାଯାଇଛି, ଅନ୍ତର୍ଜାତୀୟ ଜଳବାୟୁ ଅର୍ଥ ପାଇଁ ୧୧.୬ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ବ୍ରିଟେନର ପ୍ରତିଶ୍ରୁତିରେ ଏହା ଯଥେଷ୍ଟ ସହାୟକ ହୋଇଛି।

 

Share