ୟୁକ୍ରେନ୍‌କୁ ଟ୍ୟାଙ୍କ ସ୍କ୍ବାଡନ ପଠାଇବ ବ୍ରିଟେନ…

କିଭ୍‌/ଲଣ୍ଡନ,୧୪।୧ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ମାସ ଧରି ଚାଲିଛି। ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଅଭିଯୋଗ ଆସିଛି ଯେ ୟୁରୋପୀୟ ଦେଶ ଏବଂ ଆମେରିକା ୟୁକ୍ରେନକୁ ପଛରୁ ସାହାଯ୍ୟ କରୁଛନ୍ତି, ସେଥିପାଇଁ ୟୁକ୍ରେନ ତଥାପି ରୁଷିଆ ସମ୍ମୁଖରେ ଦୃଢ଼ ଭାବରେ ଠିଆ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନକୁ ଏକ ଟ୍ୟାଙ୍କ ସ୍କ୍ବାଡନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଏହାଦ୍ୱାରା ୟୁକ୍ରେନର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲାଇକ କିଛି ଦିନ ତଳେ କହିଥିଲେ ଯେ ପାଶ୍ଚାତ୍ୟ ଦେଶମାନେ ଅସ୍ତ୍ରଶସ୍ତ୍ର ଯୋଗାଣ ଦ୍ୱାରା ୟୁକେନ ଶକ୍ତିଶାଳୀ ହୋଇପାରିବ। ବିଶେଷ କରି ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ ସଂଖ୍ୟା ବୃଦ୍ଧି କଲେ ୟୁକ୍ରେନ ଚଳିତ ବର୍ଷ ଯୁଦ୍ଧରେ ବିଜୟୀ ହୋଇପାରେ ବୋଲି ସେ କହିଥିଲେ। ଏହାପରେ ବ୍ରିଟେନ ଏହି ସହାୟତା ଘୋଷଣା କରିଛି।

Share