୧ ମିନିଟ୍‌ ଶୋକ ପାଳିବ ବ୍ରିଟେନ

ଲଣ୍ଡନ, ୧୨ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିବ। ଏନେଇ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଆସନ୍ତା ୧୯ତାରିଖରେ ଲଣ୍ଡନର ଓ୍ବେଷ୍ଟମିନଷ୍ଟର ଆବେରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ନୀରବ ଶୋକ ପାଳନର ପରିଚାଳନା ପାଇଁ ସ୍ଥାନୀୟ କମ୍ୟୁନିଟି ଗୋଷ୍ଠୀ, କ୍ଲବ୍‌ ଏବଂ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଛି। ଲୋକେ ଘରେ ପରିବାର ସହ କିମ୍ବା ସାଙ୍ଗସାଥୀଙ୍କ ସହିତ ୧ ମିନିଟ୍‌ ଶୋକ ପାଳନ କରିବେ। ମହାରାଣୀଙ୍କ ମରଶରୀର ଏଡିନ୍‌ବର୍ଗରେ ରହିଛି। ମଙ୍ଗଳବାର କଫିନ୍‌ ଲଣ୍ଡନରେ ପହଞ୍ଚିବ। ରାତିରେ ବକିଂହାମ୍‌ ପ୍ୟାଲେସ୍‌ରେ ବୋ ରୁମ୍‌ରେ ରହିବ। ଆସନ୍ତା ସୋମବାର ବ୍ରିଟେନରେ ସମସ୍ତ ସ୍କୁଲ, କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କିଙ୍ଗ୍‌ ଚାଲର୍‌ସ ୩ୟ ଘୋଷଣା କରିଛନ୍ତି। ରୟାଲ ଭଲ୍ଟରୁ ଏଲିଜାବେଥ୍‌ ୨ୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ କଫିନ୍‌କୁ ସ୍ଥାନାନ୍ତର କରାଯାଇ ମେମୋରିଆଲ ଚାପେଲକୁ ନିଆଯିବ। ମେମୋରିଆଲ ଚାପେଲରେ ରାଣୀଙ୍କ କଫିନ୍‌ ସମାଧି ଦିଆଯିବ।

Share