ଡେରାଡୁନ, ୭ା୨- ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଘଟିଥିବା ହିମସ୍ଖଳନ ଯୋଗୁ ଧଉଳି ଗଙ୍ଗା ନଦୀରେ ଆସିଛି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଆଖପାଖ ଅଞ୍ଚଳରେ ବହୁ ଧନଜୀବନ କ୍ଷତି ହୋଇଛି। ଏ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେହେରୀ, ରୁଦ୍ରପରାଗ, ହରିଦ୍ୱାର ଓ ଡେରାଡୁନ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପାଇଁ ୨ ଲକ୍ଷ ଓ ଗୁରୁତରଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।