ରୁଷିଆ ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପାଶ୍ଚାତ୍ୟ ଦେଶଗୁଡିକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ

କିଭ୍‌,୨୭।୫: ଗତ ୯୩ ଦିନ ଧରି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପାଶ୍ଚାତ୍ୟ ଦେଶକୁ ନିବେଦନ କରିଛନ୍ତି।
‘ହିଷ୍ଟ୍ରି ଆଟ୍‌ ଏ ଟର୍ନିଂ ପଏଣ୍ଟ’ ଶିଖର ସମ୍ମିଳନୀରେ ଜେଲେନସ୍କି ଦେଇଥିବା ନିଜ ଅଭିଭାଷଣରେ କହିଛନ୍ତି, ଏବେ ସମୟ ଆସିଛି ଯେ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆ ଆଗ-ପଛରେ ବୁଲିବା ପରିବର୍ତ୍ତେ ଉପରେ କଠୋର ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ତତ୍‌ଦ୍ୱାରା ରୁଷିଆ ଏହି ଯୁଦ୍ଧକୁ ସମାପ୍ତ କରିବ।
ଜେଲେନସ୍କି ଆହୁରି କହିଛନ୍ତି, ଯଦି ବିଶ୍ୱ ରୁଷିଆକୁ ଜବାବ ନ ଦିଏ, ତେବେ ପୁଣି ଥରେ ବିଶ୍ୱକୁ ନିର୍ଦ୍ଦୟ ଶକ୍ତି ଦ୍ୱାରା ଶାସନ କରାଯିବ। ଯଦି ରୁଷିଆ ଯୁଦ୍ଧରେ ଜିତେ ତେବେ ଏହି ଶିଖର ସମ୍ମିଳନୀ ଅଦରକାରୀ ହୋଇଯିବ।

Share