ପରମାଣୁ ଧମକ ପରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ମସ୍କୋ,୨୭।୨: ବେଲାରୁସ ସୀମାରେ ରୁଷ ସହ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଧମକ ଦେବା ପରେ ବାଧ୍ୟହୋଇ ପଡ଼ୋଶୀ ଦେଶ ମୁଣ୍ଡ ନୁଆଁଇଛି।

“ମୁଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ରୁଷିଆ ସଶସ୍ତ୍ର ବାହିନୀର ଚିଫ୍‌ ଅଫ୍‌ ଦି ଜେନେରାଲ ଷ୍ଟାଫଙ୍କୁ ଦେଶର ପରମାଣୁ ଶକ୍ତିକୁ ହାଇ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଉଛି” ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟନ କହିଥିଲେ। ଏହି ସମୟରେ ହିଁ ୟୁକ୍ରେନ ଆଲୋଚନା ପାଇଁ ରାଜି ବୋଲି ଘୋଷଣା କରିଛି।

ପୂର୍ବରୁ ମସ୍କୋର ବେଲାରୁସରେ ବୈଠକ ପ୍ର୍‌ସ୍ତାବକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଯାହା ଫଳରେ ରୁଷିଆ ବାଧ୍ୟ ହୋଇ ପରମାଣୁ ନିଷ୍ପତ୍ତି ନେଇଥିଲା।

Share