କ୍ୱିଭ,୨୮।୨: ରୁଷିଆ ସେନାର ବର୍ବରତା ୫ମ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ସୋମବାର ୟୁରୋପିଆନ ୟୁନିଅନଠାରୁ ତୁରନ୍ତ ସଦସ୍ୟତା ଦାବି କରିଛନ୍ତି।
“ନୂଆ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ୟୁକ୍ରେନକୁ ତୁରନ୍ତ ସଦସ୍ୟତା ଦେବା ପାଇଁ ଆମେ ୟୁରୋପିଆନ ସଂଘକୁ ନିବେଦନ କରୁଛୁ। ସମସ୍ତ ୟୁରୋପିଅନ ଦେଶ ସହ ଏକତ୍ରିତ ହୋଇ ରହିବା ଓ ଆଗକୁ ବଢ଼ିବା ଆମର ଲକ୍ଷ୍ୟ। ମୁଁ ନିଶ୍ଚିତ ଯେ, ଏହା ସମ୍ଭବ” ବୋଲି ୪୪ ବର୍ଷୀୟ ନେତା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।
ୟୁନାଇଟେଡ୍ ନେଶନ୍ସର ମାନବ ଅଧିକାର ମୁଖ୍ୟ ମିଚେଲ ବାଚେଲେଟ ସୋମବାର କହିଛନ୍ତି, ରୁଷିଆ ସେନାର ଆକ୍ରମଣରେ ୭ ଶିଶୁଙ୍କ ସମେତ ଅତିକମ୍ରେ ୧୦୨ ନାଗରିକଙ୍କ ମୃତ୍ୟୁ ହୋଇଛି।