ଖାରକିଭରୁ ରୁଷିଆ ସେନାକୁ ତଡ଼ିଲା ୟୁକ୍ରେନ

କ୍ୱିଭ,୨୭।୨: ୟୁକ୍ରେନର ଦ୍ୱିତୀୟ ସର୍ବବୃହତ୍‌ ସହର ଖାରକିଭକୁ ନିୟନ୍ତ୍ରଣକୁ ନେଇଛି ୟୁକ୍ରେନର ସଶସ୍ତ୍ର ବାହିନୀ। ଏହି ସହରକୁ ପସି ଆସିଥିବା ରୁଷିଆ ସେନାକୁ ହରାଇ ୟୁକ୍ରେନ ସେନା ସହରକୁ ଦଖଲ କରିଥିବା ଗଭର୍ନର ଓଲେଗ ସିନେଗୁବେ କହିଛନ୍ତି।

“ଖାରକିଭ ସହରରେ ରୁଷିଆର ଲାଇଟ୍‌ ଭେହିକିଲକୁ ନଷ୍ଟ କରି ଦିଆଯାଇଛି” ବୋଲି ଗଭର୍ନର ଏକ ଫେସବୁକ୍‌ ପୋଷ୍ଟରେ କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏହି ସହରଠାରୁ ୪୦୦ କିମି ପଶ୍ଚିମରେ ସ୍ଥିତ ରାଜଧାନୀ କ୍ୱିଭର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ୟୁକ୍ରେନ ସେନା ହାତରେ ରହିଛି।

Share