ରୁଷିଆ ଉପରେ ପୁଣି ଡ୍ରୋନ ଆକ୍ରମଣ କଲା ୟୁକ୍ରେନ୍‌,୩ ବନ୍ଦରରେ ବିମାନ ଉଡ଼ାଣ ବନ୍ଦ…

ମସ୍କୋ,୨୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ବନ୍ଦ ହେବାର ନାମ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶନିବାର ମସ୍କୋ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ଯୋଗୁ ଏଠାରେ ତିନୋଟି ପ୍ରମୁଖ ବିମାନ ବନ୍ଦରରେ ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରିବାକୁ ପଡିଛି।

 

ଏକ ରିପୋର୍ଟ ଅନୁଯାୟୀ, ଶେରେମେଟେଭୋ, ଡୋମୋଡେଡୋଭୋ ଏବଂ ଭ୍ନୁକୋଭୋ ବିମାନବନ୍ଦର ଶନିବାର ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। ରୁଷିଆର ରାଜଧାନୀ ଉପରେ ଡ୍ରୋନ ଆକ୍ରମଣ ଯୋଗୁ ମସ୍କୋ ଏକ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ପ୍ରମୁଖ ବିମାନବନ୍ଦର ବନ୍ଦ କରିଛି।

ଏଥି ସହିତ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ଆକ୍ରମଣ ଘଟଣାରେ ରୁଷିଆର ଅଧିକାରୀମାନେ ୟୁକ୍ରେନକୁ ଦାୟୀ କରିଛନ୍ତି। କିନ୍ତୁ ୟୁକ୍ରେନ ଅଧିକାରୀମାନେ ଏପର୍ଯ୍ୟନ୍ତ ଏନେଇ କିଛି ନିଶ୍ଚିତ କରିନାହାଁନ୍ତି।

ୟୁକ୍ରେନ ଡ୍ରୋନ ଆକ୍ରମଣ ପୂର୍ବରୁ ମଧ୍ୟ ମସ୍କୋ ଅଞ୍ଚଳର ସମସ୍ତ ପ୍ରମୁଖ ବିମାନବନ୍ଦରକୁ ବନ୍ଦ କରିବାକୁ ପଡିଥିଲା, ଯାହା ଦ୍ୱାରା ବିମାନ ଉଡ଼ାଣ ବ୍ୟାହତ ହୋଇଥିଲା। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତିର ଖବର ନାହିଁ।

 

Share