ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ କରିଥିଲା ୟୁକ୍ରେନ୍‌

ଲଣ୍ଡନ,୨୮ା୪: ୟୁକ୍ରେନୀୟ ସିକ୍ରେଟ୍‌ ସର୍ଭିସ ଏଜେଣ୍ଟମାନେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ବିସ୍ଫୋରକ ଭର୍ତ୍ତି ଏକ କାମିକାଜି ଡ୍ରୋନ୍‌ରେ ପୁଟିନ୍‌ଙ୍କୁ ଉଡ଼ାଇଦେବାକୁ ଯୋଜନା ହୋଇଥିଲା। କିନ୍ତୁ ମାନବବିହୀନ ଏରିଆଲ ଭେହିକିଲ୍‌ (ୟୁଏଭି) ଲକ୍ଷ୍ୟ ଭେଦ କରିବା ପୂର୍ବରୁ କିଛି ମାଇଲ ଦୂରରେ କ୍ରାସ୍‌ ହୋଇଯିବାରୁ ସେମାନଙ୍କ ଗୁପ୍ତ ମିଶନ ବିଫଳ ହୋଇଥିଲା ବୋଲି ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ୟୁକ୍ରେନୀୟ ବଳ ରବିବାର ୟୁଜେ-୨୨ ଡ୍ରୋନ୍‌ ଲଞ୍ଚ କରିଥିଲା। ଏଥିରେ ୧୭ କେ.ଜି. ଓଜନର ସି୪ ପ୍ଲାଷ୍ଟିକ୍‌ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା। ଉକ୍ତ ଡ୍ରେନ୍‌କୁ ମସ୍କୋ ନିକଟସ୍ଥ ଏକ ନବପ୍ରତିଷ୍ଠିତ ଶିଳ୍ପାଞ୍ଚଳକୁ ପଠାଯିବା ଲକ୍ଷ୍ୟ ରଖାଯାଇଥିଲା। ଏହି ଇଣ୍ଡଷ୍ଟ୍ରିଆଲ୍‌ ଏଷ୍ଟେଟ୍‌କୁ ପୁଟିନ୍‌ ପରିଦର୍ଶନ ପାଇଁ ଯିବା କାର୍ଯ୍ୟକ୍ରମ ଥିଲା ବୋଲି ଜର୍ମାନୀ ଖବରକାଗଜ ବିଲ୍ଡ୍‌ରେ ଉଲ୍ଲେଖ କରାଯାଇଥିବା ଡେଲି ମେଲ୍‌ ରିପୋର୍ଟ କରିଛି। କିନ୍ତୁ ରୁଷିଆ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏହି ଘାତକ ଡ୍ରୋନ୍‌ ରୁଡ୍‌ନେଭୋ ଇଣ୍ଡଷ୍ଟ୍ରିଆଲ୍‌ ପାର୍କରେ ପହଞ୍ଚତ୍ଥିବା ପୂର୍ବରୁ ଦୁର୍ଘଟଣାଗସ୍ତ ହୋଇଥିଲା। ୟୁକ୍ରେନୀୟ ଆକ୍ଟିଭିଷ୍ଟ ୟୁରିୟ ରୋମାନେଙ୍କୋ ଏନେଇ ଟୁଇଟ୍‌ କରିଛନ୍ତି। ପୁଟିନ୍‌ ଉକ୍ତ ସ୍ଥାନକୁ ଯିବୋ ବୋଲି ପୂର୍ବରୁ ସୂଚନା ମିଳିଥିବା କିଭ୍‌ର ଗୋଇନ୍ଦା ସେବା ସହ ଘନିଷ୍ଠତା ଥିବା ରୋମାନେଙ୍କୋ କହିଛନ୍ତି। ତାଙ୍କ ମତରେ କାମିକାଜି ଡ୍ରୋନ୍‌ ରୁଡ୍‌ନେଭୋରୁ ୧୨ ମାଇଲ ଦୂର ଭୋରୋସ୍କୋଗୋରେ କ୍ରାସ୍‌ କରିଥିଲା।

Share