ଜାଲିଆତି, ମନି ଲଣ୍ଡରିଂ ମାମଲାରେ ଜେଲନସ୍କିଙ୍କ ନିକଟତମ ବ୍ୟବସାୟୀ ଗିରଫ

କ୍ୱିଭ,୩।୯: ଜାଲିଆତି ତଥା ଅର୍ଥ ହେରଫେର ବା ମନି ଲଣ୍ଡରିଂ ଅଭିଯୋଗରେ ୟୁକ୍ରେନ କୋର୍ଟ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ନିକଟତମ ବିବେଚିତ ବିଲିୟନେୟାର ଇଗୋର କୋଲୋମୋଇସ୍କିଙ୍କୁ ଦୁଇମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ୟୁକ୍ରେନ ଗଣମାଧ୍ୟମ ଏହି ସୂଚନା ଦେଇଛି।

ଦି ଗାର୍ଡିଆନର ରିପୋର୍ଟ ଅନୁଯାୟୀ, କ୍ୱିଭର ଏକ କୋର୍ଟ ବିଲିୟନେୟାର ଇଗୋର କୋଲୋମୋଇସ୍କିଙ୍କ ବିରୋଧରେ ଏହି ରାୟ ଦେଇଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ କୋଲୋମୋଇସ୍କିଙ୍କୁ ଗଣନା କରାଯାଏ। ଆହୁରି ମଧ୍ୟ, ସେ ଜେଲେନସ୍କିଙ୍କ ନିକଟତମ ବ୍ୟକ୍ତିଙ୍କ ମଧ୍ୟରେ ଜଣେ। ରେଡିଓ ସ୍ବେବୋଡା ରିପୋର୍ଟ କରିଛି ଯେ ଇଗୋର କୋଲୋମୋଇସ୍କିଙ୍କୁ ଦୁଇ ମାସ ପାଇଁ ଅଟକ ରଖାଯିବା କିମ୍ବା ୧୪ମିଲିୟନ ଡଲାର ଜାମିନ ପ୍ରଦାନ ପରେ ମୁକ୍ତ କରାଯିବା ବିକଳ୍ପ ପ୍ରଦାନ କରାଯାଇଛି।
ପ୍ରତିପକ୍ଷ ଓକିଲ କହିଛନ୍ତି ଯେ କୋଲୋମୋଇସ୍କି ଏହି ରାୟକୁ ଚ୍ୟାଲେଞ୍ଚ କରି ଆବେଦନ କରିବେ ଏବଂ ଏହାର ଆଇନଗତତା ଉପରେ ପ୍ରଶ୍ନ କରିବେ ବୋଲି ବ୍ରଡକାଷ୍ଟର ରେଡିଓ ଲିବର୍ଟି ରିପୋର୍ଟ କରିଛି। ସେ ମୁକ୍ତ ହେବା ପାଇଁ ୧୪ ମିଲିୟନ ଡଲାର ଜାମିନ ରାଶି ଦେବେ ନାହିଁ।
ଏହି ମାମଲାରେ ୟୁକ୍ରେନର ଏସବିୟୁ ସିକ୍ୟୁରିଟି ସର୍ଭିସ କହିଛି ଯେ କୋଲୋମୋଇସ୍କି ଜାଲିଆତି ଏବଂ ବେଆଇନ ସମ୍ପତ୍ତି ହାସଲ କରିଥିବା ସନ୍ଦେହ କରାଯାଉଛି।

Share