ପୁଟିନଙ୍କ ଜନ୍ମଦିନରେ ୟୁକ୍ରେନ୍ ଉଡାଇଲା ରୁଷିଆର ୧୮ ତୋପ, ୮ ଟ୍ୟାଙ୍କ

କ୍ୱିଭ,୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସ୍ଥାନୀୟ ସମୟ ଅନୁଯାୟୀ ଯେତେବେଳେ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଥିଲେ ଠିକ୍ ସେତିକି ବେଳେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ରୁଷିଆ ସେନା କବଜା କରିଥିବା ୟୁକ୍ରେନ ଅଞ୍ଚଳରୁ ଲଗାତାର ଭାବେ ନିୟନ୍ତ୍ରଣ ହରାଇବାରେ ଲାଗିଥାଆନ୍ତି । ଏହିଦିନ ୟୁକ୍ରେନ ରୁଷିଆର ତୋପକୁ ଉଡାଇ ଦେଇଥିବା ଦାବି କରିଛି । ଏହାସହ ୮ଟି ବଡ ଟ୍ୟାଙ୍କ ବି ନଷ୍ଟ କରି ଦେଇଥିବା କହିଛି । ୟୁକ୍ରେନର ସାଉଥ୍ ଅପରେଶନାଲ କମାଣ୍ଡ କହିଛନ୍ତି, ରୁଷିଆ ସେନା ଖେରସାନ ଓ ମାଇକୋଲିଭରେ ରକ୍ଷାତ୍ମକ ଅଭିଯାନ ଆରମ୍ଭ କରିଥିବା ବେଳେ ୟୁକ୍ରେନ ସେନାଙ୍କ ଉତ୍ସାହ କିନ୍ତୁ କମ୍ କରିପାରି ନାହାନ୍ତି ।
ୟୁକ୍ରେନ୍ ସେନା ମୋର୍ଟାର, ଟ୍ୟାଙ୍କ ଓ ଆଇଏଫବି ସହ ଜେଲେନି ଶିବିରରେ ଜବରଦସ୍ତ ଆକ୍ରମଣ କରିଛନ୍ତି । ସେଥିପାଇଁ ରୁଷିଆକୁ ତର୍ନୋପି ପୋଦି ଗାଁ ପାଖରେ ପଛକୁ ହଟିବାକୁ ବାଧ୍ୟ କରାଯାଇଛି । ରୁଷିଆ ସେନାବି ଏଠାରେ ବଡ କ୍ଷତିର ସମ୍ନା କରିଛନ୍ତି । ସେମାନଙ୍କ ସେନା ବି ବହୁ ସଂଖ୍ୟାରେ ହତାହତ ହୋଇଛନ୍ତି ।

Share