ୟୁକ୍ରେନ୍‌ ବି ଜିତିପାରେ ଯୁ୍‌ଦ୍ଧ, ରୁଷିଆ ଯୋଜନା ହେଉଛି ଅସଫଳ, କହିଲା ଆମେରିକା…

ଓ୍ବାଶିଂଟନ, ୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୩ ଦିନ ବିତିଛି। ୟୁକ୍ରେନର ମାରିଅପୋଲ ସହର ଧ୍ୱଂସ ହୋଇ ଯାଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ମେୟର ଭ୍ୟାଡିୟମ ବୋଇଚେଙ୍କୋ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୨୧୦ ଛୋଟ ପିଲା ଅଛନ୍ତି।

ଏଥି ସହିତ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଜାତିସଂଘ ମାନବ ଅଧିକାର ପରିଷଦରୁ ନିଲମ୍ବନ କରିବାକୁ ପ୍ରସ୍ତାବିତ ପଦକ୍ଷେପ ଉପରେ ମିଳିତ ଜାତିସଂଘର ସାଧାରଣ ସଭାରେ ଗୁରୁବାର ଭୋଟ ହେବ।

ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ଜନ କିର୍ବି ଦାବି କରିଛନ୍ତି ଯେ ରୁଷିଆ ବିରୋଧରେ ଯୁଦ୍ଧରେ ୟୁକ୍ରେନ ଜିତିବାର ସମ୍ଭାବନା ରହିଛି। ଯୁଦ୍ଧରେ ଭ୍ଳାଡ଼ିମିରପୁଟିନଙ୍କ କୌଶଳର ବିଫଳ ହୋଇଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ପୁଟିନ ଗୋଟିଏ ମଧ୍ୟ ରଣନୀତିକ ଉଦ୍ଦେଶ୍ୟରେ ସଫଳ ହୋଇନାହାଁନ୍ତି। ତେବେ ତାଙ୍କର ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share