ରୁଷିଆ ବନ୍ଦର ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ, ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ

ମସ୍କୋ,୫।୮: ରୁଷିଆ ବନ୍ଦର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ ରୁଷିଆର ଯୁଦ୍ଧ ଜାହାଜ ନଷ୍ଟ ହୋଇଯାଇଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ଏହି ଆକ୍ରମଣକୁ ନିଶ୍ଚିତ କରିଛି। ଏହି ଆକ୍ରମଣ ହେତୁ କିଛି ଘଣ୍ଟା ଧରି ସାମୁଦ୍ରିକ ଯାତାୟାତ ପ୍ରଭାବିତ ହୋଇଥିଲା। ରୁଷିଆ-ୟୁକ୍ରେନ ବିବାଦର ୧୮ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଏକ ବ୍ୟବସାୟିକ ରୁଷିଆ ବନ୍ଦରକୁ ଟାର୍ଗେଟ କରାଯାଇଛି।

Share