ଏଯାଏ ରୁଷିଆର ୧୨ ହଜାର ସୈନ୍ୟ ନିହତ; ୩୧୭ ଟ୍ୟାଙ୍କ-୪୯ ବିମାନ ଧ୍ୱଂସ

କ୍ୱିଭ୍‌,୯।୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର ଆଜି ହେଉଛି ୧୪ତମ ଦିନ। ଏବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ବିବୃତ୍ତି ଦେଇଛନ୍ତି। ଏପର୍ଯ୍ୟନ୍ତ ରୁଷିଆର ୧୨ ଲକ୍ଷ ସୈନିକ ନିହତ ହୋଇଛନ୍ତି। ଏହାଛଡ଼ା ୩୧୭ ଟ୍ୟାଙ୍କର୍‌, ୪୯ ବିମାନ, ୮୧ ହେଲିକପ୍ଟର, ୬୦ ଇନ୍ଧନ ଟାଙ୍କି, ୭ ରୁଷିୟ ଡ୍ରୋନ୍‌ ମଧ୍ୟ ନଷ୍ଟ ହୋଇଥିବା ନେଇ ସେ କହିଛନ୍ତି।

ୟୁକ୍ରେନ ପ୍ରତିରକ୍ଷା ବାହିନୀ ଅନୁଯାୟୀ, କ୍ୱିଭ୍‌ର ଉତ୍ତର-ପଶ୍ଚିମ ଦିଗରେ ଯୁଦ୍ଧ ଜାରି ରହିଛି। ଏଯାଏ ରୁଷିଆର ସେନାବାହିନୀକୁ କୌଣସି ବଡ଼ ସଫଳତା ମିଳିପାରିନାହିଁ। ଅପରପକ୍ଷେ ୟୁକ୍ରେନର ଅନେକ ସହର ଧ୍ୱଂସାବଶେଷରେ ପରିଣତ ହେଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଦେଶବାସୀ ଜୀବନ ବଞ୍ଚାଇବାକୁ ଯାଇ ଦେଶ ଛାଡ଼ୁଛନ୍ତି। ହେଲେ ୟୁକ୍ରେନ ପଛଘୁଞ୍ଚା ଦେଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ୧୦ ବିଲିୟନରୁ ଅଧିକ କ୍ଷତି ସହିଥିବା ବେଳେ ୬୧ଟି ଡାକ୍ତରଖାନା ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି।

Share