ୟୁକ୍ରେନର ଦାବି ରୁଷିଆ ହରାଇଛି ୪୩୦୦ ସେନା, ୧୪୬ ଟ୍ୟାଙ୍କ

କ୍ୱିଭ,୨୭ ।୨: ରୁଷିଆର ଲଗାତାର ଆକ୍ରମଣ ଫଳରେ ବେଳକୁ ବେଳେ ହତାସ ହୋଇ ଯାଉଛି ୟୁକ୍ରେନ୍ । ହେଲେ ଶେଷ ପର୍ଯ୍ୟନ୍ତ ଲଢିବାକୁ ସ୍ଥିର କରିଥିବା ୟୁକ୍ରେନ ଏଥର ଦାବି କରିଛି ଯେ ଗତ ୪ ଦିନ ମଧ୍ୟରେ ଅର୍ଥାତ୍ ଯୁଦ୍ଧ ଆରମ୍ଭ ହେବା ଦିନରୁ ଏପର୍ଯ୍ୟନ୍ତ ରୁଷିଆ ପ୍ରାୟ୍ର ୪୩୦୦ ସେନା ଓ ୧୪୬ ଟ୍ୟାଙ୍କ ହରାଇ ସାରିଲାଣି । ଯଦିଓ ଏହା ଘୋଷଣା କରାଯାଇ ନାହିଁ ତେବେ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେପଟେ ୟୁକ୍ରେନ ରାଷ୍ଟ୍ରପତିି ଭୋଲୋଡିମିର ଜେଲନସ୍କିଙ୍କୁ ଦେଶ ଛାଡି ପଳାଇ ଆସିବାକୁ ଆମେରିକା ପ୍ରସ୍ତାବ ଦେଇଥିବା ବେଳେ ସେ ଏଥିରେ ରାଜି ହାଇ ନାହାନ୍ତି । ବରଂ ସେ ରୁଷିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଅନ୍ୟପଟେ ରୁଷିଆର ଏଭଳି କାର୍ଯ୍ୟକଳାପରେ ଫିନଲାଣ୍ଡ, ଡେନମାର୍କ ଭଳି କିଛି ଦେଶ ରୁଷିଆକୁ ଆକାଶ ମାର୍ଗ ବନ୍ଦ କରି ଦେଇଛନ୍ତି । ଅର୍ଥାତ୍ ରୁଷିଆକୁ ଏଭଳି କିଛି ଦେଶ ବିମାନ ସେବା ବନ୍ଦ କରି ଦେଇଛନ୍ତି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି କହିଛନ୍ତି ରୁଷିଆକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରୁ ବାହାର କରିଦେବା ଉଚିତ ।

Share