ହଜାରେରୁ ଅଧିକ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କଲା ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨।୧୧ : ୟୁକ୍ରେନ ଦାବି କରିଛି ଯେ ଖେରସନରେ ହଜାରେରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛି। ଏଥି ସହିତ ରୁଷିଆ ଦାବି କରିଛି ଯେ ଗତ ସପ୍ତାହରେ ୟୁକ୍ରେନର ୨୫୦୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନର ଜାତୀୟ ପୋଲିସ ମୁଖ୍ୟ ଇହୋର କ୍ଲିମେନକୋ କହିଛନ୍ତି ଯେ ଯୁଦ୍ଧ ଆରମ୍ଭରୁ ଗୋଟିଏ ଦିନରେ ରୁଷିଆ ସର୍ବାଧିକ ସୈନ୍ୟ ହରାଇଛି।

ୟୁକ୍ରେନ ସୈନ୍ୟମାନେ ଖେରସନ ଅଞ୍ଚଳରେ ଅନେକ ଫ୍ରଣ୍ଟରେ ରୁଷିଆ ସୈନିକମାନଙ୍କୁ ହତ୍ୟା କରିଥିଲେ। ଏହା ବ୍ୟତୀତ ବହୁ ସଂଖ୍ୟକ ରୁଷିଆ ସୈନିକ ନିଜର ଜିନିଷ ଛାଡି ପଳାଇ ଯାଇଥିଲେ। ୟୁକେନ ଏହାର ଦାବି ସମ୍ପର୍କରେ ଅନେକ ଭିଡିଓ ମଧ୍ୟ ଶେୟାର କରିଛି। ଯେଉଁଥିରେ ରୁଷିଆର ସୈନିକମାନେ ବିପର୍ଯ୍ୟସ୍ତ ଅବସ୍ଥାରେ ଦୌଡୁଥିବାର ଦେଖାଯାଉଛି। ମିଳିତ ଜାତିସଂଘ ପକ୍ଷରୁ ଖେରସନରେ ୯୫୦ ରୁଷିଆ ସୈନିକଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ଏଥି ସହିତ, ୟୁକ୍ରେନ ଦାବି କରିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୭୦ ଜାରରୁ ଅଧିକ ରୁଷିଆ ସୈନିକ ନିହତ ହୋଇଛନ୍ତି।

Share