ରୁଷିଆକୁ କାଉଣ୍ଟର କଲା ୟୁକେନ୍‌

କ୍ୱିଭ୍‌,୧୮।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଲଗାତର ୨୩ ଦିନ ହେବ ଜାରି ରହିଛି। ଉଭୟ ଦେଶ ପରସ୍ପରକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର ୟୁକ୍ରେନରୁଷିଆର ୧୪ଟି ବେସ ଧ୍ୱଂସ କରିଥିବା ଦାବି କରିଛି। ୟୁକ୍ରେନ୍‌ ଏୟାର ଡିଫେଣ୍ଡ୍‌ ଫୋର୍ସ ଏହି ସୂଚନା ଦେଇଛି। ତେବେ ରୁଷିଆର କେତେ କ୍ଷତି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ମାର୍ଚ୍ଚ ୧୭ରେ ରୁଷିଆ ପକ୍ଷରୁ ମଧ୍ୟ ୟୁକ୍ରେନ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।
ସେପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି। ବାଇଡେନଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରୁଷିଆ ଏହାକୁ ଏକ ରାଷ୍ଟ୍ର ମୁଖ୍ୟଙ୍କ ଦ୍ୱାରା କ୍ଷମାହୀନ ମନ୍ତବ୍ୟ ନୁହେଁ ବୋଲି କହିଛି।

Share