ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଇମୋଶନାଲ ପୋଷ୍ଟ ଭାଇରାଲ, ଶେୟାର କଲେ ବମ ସେଲ୍ଟରରେ ଜନ୍ମ ଝିଅର ଫଟୋ

କ୍ୱିଭ୍‌,୧ ।୩: ୟୁକ୍ରେନକୁ ଚପାଇ ଦେବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି ରୁଷିଆ । ଲଗାତାର ଭାବେ ପଞ୍ଚମ ଦିନରେ ବି ମିଶାଇଲ ଆକ୍ରମଣ କରି ଚାଲିଛି ରୁଷିଆ । ଏମିତିକି ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସିଜଫାୟାର ପାଇଁ ତାଙ୍କ ସର୍ତ୍ତକୁ ଖୋଲି ଦେଇଛନ୍ତି । ଇତିମଧ୍ୟରେ ଗତ ଦୁଇଦିନ ହେବ ୟୁକ୍ରେନର ଫାଷ୍ଟ ଲେଡି ଅର୍ଥାତ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲନସ୍କିଙ୍କ ସହଧର୍ମିଣୀ ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ଶେୟାରେ କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଯୁଦ୍ଧରେ ଲଢିବାର ସାହସ ବି ଦେଖାଇଛନ୍ତି ତାସହ ଭବିଷ୍ୟତର ଚେହେରାକୁ ବି ଦେଖାଇଛନ୍ତି ।
ଫାଷ୍ଟ ଲେଡି ଓଲେନା ଜେଲନସ୍କି ଇନଷ୍ଟାଗ୍ରାମରେ ଏକ ଝିଅର ଫଟୋ ଶେୟାର କରିଛନ୍ତି ଯାହାର ଜନ୍ମ ବମ ସେଲ୍ଟରରେ ହୋଇଛି । ଏହି ପୋଷ୍ଟର କ୍ୟାପଶନରେ ଫାଷ୍ଟ ଲେଡି ଲେଖିଛନ୍ତି, ଏହି ଝିଅର ଜନ୍ମ କ୍ୱିଭର ବମ ସେଲ୍ଟରରେ ହୋଇଛି । ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ପରିସ୍ଥିତିରେ, ଶାନ୍ତିପୂର୍ଣ୍ଣ ଆକାଶତଳେ ହେବାର ଥିଲା, ଏ ସେହି ଶିଶୁ ଯାହାକୁ ପିଲାମାନେ ଦେଖିବା ଦରକାର । ହେଲେ ମୁଖ୍ୟ କଥା ହେଉଛି ଦେଶରେ ଯୁଦ୍ଧ ଚାଲିଥିବା ବେଳେ ସଡ଼କରେ ତାଙ୍କ ନିକଟରେ ଡାକ୍ତର ଓ ଶିଶୁଟିର ଦେଖାଶୁଣା କରିବାକୁ ଲୋକ ଥିଲେ । ଶିଶୁଟିର ସୁରକ୍ଷା ନିଆଯିବ । ପ୍ରିୟ ଦେଶବାସୀ ଆପଣମାନେ ଅବିଶ୍ୱସନୀୟ ।


ଦୁଇ ଦିନ ମଧ୍ୟରେ ଆପଣମାନେ ସେନା ପାଲଟି ଯାଇଛନ୍ତି । ମେଟ୍ରୋରେ, ବମ ସେଏ୍‌ଟରରେ, ଶିଶୁ ଓ ବୁଲା ଜୀବଜନ୍ତୁଙ୍କ ସହ ଆପଣମାନେ ଆପଣଙ୍କ କାମ କରୁଛନ୍ତି । ପରସ୍ପରକୁ ସାହଯ୍ୟ କରିବାକୁ ସମୟ ବାହାର କରୁଛନ୍ତି । ସୁରକ୍ଷା ପାଇଁ ପଡୋଶୀଙ୍କୁ ସାହଯ୍ୟ କରୁଛନ୍ତି । ଆପଣମାନେ ସୋସିଆଲ ମିଡିଆରେ ଏକାଠି ହୁଅନ୍ତୁ । ସେନାକୁ ସାହାଯ୍ୟ କରନ୍ତୁ, ସେନା ଓ ପୀଡିତଙ୍କ ପାଇଁ ରକ୍ତଦାନ କରନ୍ତୁ । ଘରେ ସେହିମାନଙ୍କୁ ସ୍ଥାନ ଦିଅନ୍ତୁ ଯାହାର ଆବଶ୍ୟକତା ରହିଛି । ଶତ୍ରୁର ଗତିପଥକୁ ନଜର କରନ୍ତୁ । ତାହେଲ ଯାଇ ବମ ସେଲ୍ଟରରେ ଜନ୍ମ ନେଇଥିବା ଶିଶୁଙ୍କୁ ଆମେ ଏକ ଶାନ୍ତିପୂର୍ଣ୍ଣ ଦେଶରେ ରହିବାର ସୁଯୋଗ ଦେଇପାରିବା ବୋଲି ଫାଷ୍ଟ ଲେଡି ଉଲ୍ଲେଖ କରିଛନ୍ତି ।

 

Share