ଦିବ୍ୟାଙ୍ଗ କେନ୍ଦ୍ର ଉପରେ ରୁଷିଆର ମିଶାଇଲ ମାଡ, ଦବିଗଲେ ୨୬୭ ଲୋକ

ଖାର୍କିବ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏପର୍ଯ୍ୟନ୍ତ ଜାରି ରହିଥିବା ବେଳେ ବେଳକୁ ବେଳ ବଢି ଚାଲିଛି ନିରିହ ଜନତାଙ୍କ ମୃତ୍ୟୁ ସଂଖ୍ୟା । ଶୁକ୍ରବାର ରୁଷିଆ ସେନା ୟୁକ୍ରେନର ଏକ ଦିବ୍ୟାଙ୍କ କେନ୍ଦ୍ର ଉପରେ ମିଶାଇଲ ମାଡ କରିବା ସହ ବୋମା ବିସ୍ଫୋରଣ କରିଥିଲେ । ଫଳରେ ଦିବ୍ୟାଙ୍ଗ କେନ୍ଦ୍ରଟି ଭାଙ୍ଗିଯିବାରୁ ସେଠାରେ ରହୁଥିବା ୩୩୦ ଦିବ୍ୟାଙ୍ଗଙ୍କ ମଧ୍ୟରୁ ମାତ୍ର ୬୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨୬୭ ଜଣ ଭଙ୍ଗା ଘର ତଳେ ଚାପି ହୋଇ ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିବ୍ୟାଙ୍ଗ ହ୍ୱିଲ ଚେୟାର ସାହାରା ନେଉଥିବା ବେଳେ ବାକି ୨୬୭ଜଣଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ରୁଷିଆ ସେନା ଏକ ପ୍ରସୂତି ହସ୍ପିଟାଲରେ ବିସ୍ଫୋରଣ କରିବା ଫଳରେ ଅନେକ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏବେ ୟୁକ୍ରେନ୍ ଏହି ହସ୍ୱିଟାଲ ଓ ଦିବ୍ୟାଙ୍ଗ କେନ୍ଦ୍ର ଆକ୍ରମଣକୁ ଯୁଦ୍ଧ ଅପରାଧ ବୋଲି କହିଛି ।

Share