ଚତୁର୍ଥ ପର୍ଯ୍ୟାୟ ଆଲୋଚନା, ଅସ୍ତ୍ରବିରତି ଦାବି କଲା କ୍ୱିଭ୍‌

କ୍ୱିଭ୍‌, ୧୪ା୩: ୟୁକ୍ରେନ୍‌ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଛନ୍ତି। ମସ୍କୋ ଓ କ୍ୱିଭ୍‌ର ପ୍ରତିନିଧି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଥିଲେ। ଶାନ୍ତି ସ୍ଥାପନ, ତୁରନ୍ତ ଅସ୍ତ୍ରବିରତି ସହ ରୁଷିଆର ସୈନ୍ୟ ପ୍ରତ୍ୟାହାର ଓ ସୁରକ୍ଷା ପ୍ରତିଶ୍ରୁତି ଉପରେ କ୍ୱିଭ୍‌ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିବା ନେଇ ୟୁକ୍ରେନ୍‌ ପ୍ରତିନିଧି ମିଖାଇଲୋ ପୋଡୋଲିଆକ୍‌ କହିଛନ୍ତି। ମଙ୍ଗଳବାର ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିବ ବୋଲି ଜଣାପଡ଼ିଛି।

Share