ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ୍ କହିଲା ‘ଆତଙ୍କବାଦୀ ଦେଶ’

କିଭ,୧୧ ।୧୦: ଦୀର୍ଘ ପ୍ରାୟ ୮ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ ରୁଷିଆ ଉପରେ କଡା ଟିପ୍ପଣି ଦେଇ ତାକୁ ’ଆତଙ୍କବାଦୀ ଦେଶ’ ବୋଲି କହିଛି । ୟୁକେନ୍ ଉପରେ ରୁଷିଆର ତାଜା ଆକ୍ରମଣକୁ ନେଇ ଡକାଯାଇଥିବା ଜରୁରୀ ବୈଠକରେ ରୁଷିଆର ନିନ୍ଦା କରାଯାଇଛି । ଏହାସହ ପାଶ୍ଚାତ୍ୟ ଦେଶ ଗୁଡିକ ମସ୍କୋକୁ ଅଲଗା କରିବା ଉପରେ ଗୁରୁତ୍ୱ ଦେଇ ରୁଷିଆକୁ ‘ଆତଙ୍କବାଦୀ ଦେଶ’ ବୋଲି ବର୍ଣ୍ଣନା କରିଛନ୍ତି । ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାରିପଟରୁ ଆଂଶିକ ଭାବେ ଦଖଲକୁ ନେଇ ମିଳିତ ଜାତିସଂଘର ଏହି ଜରୁରୀ ବୈଠକ ଡକାଯାଇଥିଲା । ଏହି ବୈଠକରେ ୟୁକ୍ରେନର ରାଜଧାନୀ କିଭ ଓ ଅନ୍ୟ ସହର ଉପରେ ହୋଇଥିବା ଆକ୍ରମଣର ଛପି ସ୍ପଷ୍ଟ ଭାବେ ବାରି ହୋଇ ଯାଇଥିଲା ।

Share