ନୂଆଦିଲ୍ଲୀ,୧୦।୪: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଅଛନ୍ତି। ସୋମବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ପ୍ରକୃତରେ ଦୁନିଆର ବିଶ୍ୱଗୁରୁ। ମୂଲ୍ୟବୋଧ ଏବଂ ନ୍ୟାୟ ପାଇଁ ଲଢିବା ସମୟରେ ୟୁକ୍ରେନରେ ଆମେ ଏହା ଅନୁଭବ କରିଛୁ।
ଏହାପୂର୍ବରୁ ସେ ଟୁଇଟ୍ କରି କହିଛନ୍ତି ଯେ, ଭାରତକୁ ଆସି ମୁଁ ବହୁତ ଖୁସି। ଯେଉଁ ଦେଶ ଅନେକ ଋଷି, ସାଧୁ ଓ ଗୁରୁଙ୍କୁ ଜନ୍ମ ଦେଇଛି। ଆଜି ସିଏ ବିଶ୍ୱଗୁରୁ, ବିଶ୍ୱ ଶିକ୍ଷକ ତଥା ମଧ୍ୟସ୍ଥି ହେବାକୁ ଚାହୁଁଛି। ଆମ କ୍ଷେତ୍ରରେ, ଆମେ ବହୁତ ଭଲ ଭାବରେ ଜାଣୁ ଯେ, ୟୁକ୍ରେନକୁ ସମର୍ଥନ କରିବା ବିଶ୍ୱଗୁରୁ ପାଇଁ ସଠିକ୍ ବିକଳ୍ପ।