ୟୁକ୍ରେନ ଧ୍ୱଂସ କଲା ରୁଷିଆର ୧୧ କ୍ରୁଜ କ୍ଷେପଣାସ୍ତ୍ର, ୧୯ ଡ୍ରୋନ…

କିଭ/ମସ୍କୋ,୨୫।୯ : ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ୟୁକ୍ରେନର ବାୟୁସେନା ସୋମବାର କହିଛି ରୁଷିଆ ଦ୍ୱାରା ରାତାରାତି ଉତକ୍ଷେପଣ କରାଯାଇଥିବା ୧୨ ଟି କ୍ରୁଜ କ୍ଷେପଣାସ୍ତ୍ର ମଧ୍ୟରୁ ୧୧ ଟି ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଧ୍ୱଂସ କରାଯାଇଛି। ଏହା ସହିତ ରୁଷିଆର ୧୯ ଟି ଡ୍ରୋନକୁ ମଧ୍ୟ ଗୁଳି ଖସାଇ ଦିଆଯାଇଛି।

ୟୁକ୍ରେନ ବାୟୁସେନା ପକ୍ଷରୁ କୁହାଯାଇଛି ରୁଷିଆ ଦୁଇଟି ଜାହାଜ ରୋଧୀ କ୍ଷେପଣାସ୍ତ୍ର ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରିଛି।

ଲଗାତାର ଆକ୍ରମଣ ହେଉଥିବାବେଳେ ୟୁକ୍ରେନ ପୁଣି ଥରେ ଆମେରିକାର ସାହାଯ୍ୟ ମାଗିଥିଲା। ଏହା ପରେ, ୟୁକ୍ରେନକୁ ନୂତନ ସୁରକ୍ଷା ସହାୟତାରେ ଆମେରିକା ୧୨୮ ମିଲିୟନ ଆମେରିକୀୟ ଡଲାରର ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ଯୋଗାଇବାକୁ ଘୋଷଣା କରିଛି।

Share