ରୁଷିଆ ଜାହାଜକୁ ଧ୍ୱଂସ କଲା ୟୁକ୍ରେନ

କ୍ୱିଭ୍‌,୨୬।୩: ଗତ ଏକ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆକୁ ଅନେକ ପାଶ୍ଚାତ୍ୟ ଦେଶର ବିରୋଧ ସହିବାକୁ ପଡ଼ିଛି। ଅନେକ ରାଷ୍ଟ୍ର ରୁଷିଆ ଉପରେ ଆର୍ଥିକ ସହ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ଦେଶ ଉପରେ ପଡ଼ିନାହିଁ ବୋଲି ରୁଷିଆ ଦାବି କରିଛି। ତେବେ ଯୁଦ୍ଧକୁ ଅଟକାଇବା ପାଇଁ ୨ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି। ଏଥିରେ ବି କୌଣସି ନିର୍ଷ୍କସ ବାହାରିପାରୁନାହିଁ। ଇତିମଧ୍ୟରେ ବର୍ଡିଆନ୍‌ସ୍କରେ ରୁଷିଆର ଏକ ବଡ଼ ଜାହାଜକୁ ୟୁକ୍ରେନ୍‌ ସୈନ୍ୟ ଧ୍ୱଂସ କରିଥିବା ସୂଚନା ରହିଛି। ଏନେଇ ସାଟେଲାଇଟ୍‌ ପକ୍ଷରୁ ଏକ ଚିତ୍ର ଜାରି କରାଯାଇଛି। ମାକ୍ସ ଟେକ୍ନୋଲୋଜି ଏହି ସାଟେଲାଇଟ୍‌ ଚିତ୍ରକୁ ଜାରି କରିଥିବା ନେଇ ଜଣାପଡ଼ିଛି।

Share