ପୁଟିନ୍‌ଙ୍କ ସ୍ବତନ୍ତ୍ର ବୋଟ୍‌କୁ ଧ୍ୱଂସ କଲା ୟୁକ୍ରେନ୍‌, ଲେଜର ଗାଇଡେଡ୍‌ ବୋମାମାଡ଼…

ମସ୍କୋ/କ୍ୱିଭ୍‌, ୧୧।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବତନ୍ତ୍ର ବୋଟ୍‌କୁ ୟୁକ୍ରେନ ଧ୍ୱଂସ କରିଛି। ବୋଟକୁ ପୁଟିନ୍‌ ଖାସ୍ତୋପୋଲ ଏବଂ ସେଣ୍ଟ ପିଟର୍ସବର୍ଗର ସମୁଦ୍ରରେ ଅବସ୍ଥିତ ତାଙ୍କ ଯୁଦ୍ଧ ଜାହାଜର ଯାଞ୍ଚ୍‌ ଏବଂ ଭାଷଣ ଦେବା ପାଇଁ ବ୍ୟବହାର କରଥିଲେ। ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ଏକ ଲେଜର-ଗାଇଡେଡ୍‌ ବୋମା ଏହି ବୋଟ୍‌କୁ ଟାର୍ଗେଟ କରିଥିଲା।

ପୁଟିନ୍‌ଙ୍କ ୦୦୧ ଭାବେ ନାମିତ ଏହି ବୋଟ ଉପରେ ବୋମାମାଡ଼ ହୋଇଥିବାର ଫୁଟେଜ୍‌ ୟୁକ୍ରେନ୍‌ ଫେସ୍‌ବୁକ୍‌ରେ ଶେୟାର କରିଛି। ଏହା ସହିତ ୟୁକ୍ରେନ୍‌ ରୁଷିଆର ୫୫ ଫୁଟ ଲମ୍ବର ଦୁଇ ରାପ୍ଟର ଶ୍ରେଣୀର ବୋଟ୍‌କୁ ମଧ୍ୟ ଧ୍ୱଂସ କରିଥିବା ଦାବି କରିଛି। ପରେ ଏହା ଜଣାପଡିଥିଲା ଯେ ଏଥି ମଧ୍ୟରୁ ଗୋଟିଏ ହେଉଛି ପୁଟିନଙ୍କ ବ୍ୟକ୍ତିଗତ ଡଙ୍ଗା।

ଏଥିସହ, ୟୁକ୍ରେନ ସୈନ୍ୟମାନେ ଓଡେସାର ଦକ୍ଷିଣରୁ ୮୦ ମାଇଲ ଦୂରରେ ଥିବା ସ୍ନେକ୍‌ ଆଇଲ୍ୟାଣ୍ଡରେ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ସହିତ ସେରେନା ଶ୍ରେଣୀର ଅବତରଣ କାଫ୍ଟକୁ ମଧ୍ୟ ଟାର୍ଗେଟ କରିଛନ୍ତି।

Share