ୟୁକ୍ରେନର ଏହି ମହିଳା ଏମ୍‌ପି ହାତରେ ଧରିଲେ ଅସ୍ତ୍ର, ଜୀବନ ଦେବାକୁ ଆସିଲେ ଆଗେଇ

କ୍ୱିଭ୍‌,୨୭ା୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଛି। ରୁଷିଆ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ସେନାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ୟୁକ୍ରେନ ରାଜନେତାମାନେ ମଧ୍ୟ ସାଧାରଣ ଜନତାଙ୍କ ସହ ଅସ୍ତ୍ର ଉଠାଉଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦେଶର ଲୋକଙ୍କୁ ସେମାନଙ୍କ ମାଟିର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଏହି ସମୟରେ ଏଠାକାର ଜଣେ ମହିଳା ଏମ୍‌ପି କିରା ରୁଦିକଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ସେ ନିଜେ ତାଙ୍କ ଟୁଇଟର ପେଜ୍‌ରେ ଏହି ଫଟୋ ଶେୟାର କରିଛନ୍ତି। ଏପରି ଫଟୋ ଶେୟାର କରି ସେ ୟୁକ୍ରେନର ନାଗରିକମାନଙ୍କୁ ଉତ୍ସାହିତ କରୁଥିବାବେଳେ ସେ କହିଛନ୍ତି, ୟୁକ୍ରେନର ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ମାଟି ମା’ର ସୁରକ୍ଷା କରିବେ।

ଭଏସ ପାର୍ଟିର ନେତା କିରା କହିଛନ୍ତି, ସେ କେବେ ବି ବନ୍ଧୁକ ବ୍ୟବହାର କରିନାହାନ୍ତି, କିନ୍ତୁ ଏକ ବୋମା ଆଶ୍ରୟସ୍ଥଳୀରେ ରୁହନ୍ତି ଏବଂ ତାଙ୍କ ପରିବାରକୁ ଶିଡ଼ି ତଳେ ଲୁଚି ରହିଥିବାର ଦେଖି ଆପଣଙ୍କୁ କିଛି କରିବାକୁ ପଡ଼ିବ। ମୁଁ ପଳାଇବାକୁ ଚାହେଁ ନାହିଁ। ମୋ ମାଟିରେ ରୁଷିଆ ସୈନିକମାନଙ୍କ ସହିତ ଯୁଦ୍ଧ କରିବାକୁ ଚାହେଁ। ୟୁକ୍ରେନର ସମସ୍ତ ମହିଳା ବର୍ତ୍ତମାନ କହୁଛନ୍ତି, ଯଦି ସେମାନେ ରୋଷେଇ କରିପାରୁଛନ୍ତି ତେବେ ଏହା ବି ସେମାନଙ୍କ କାମ। ବର୍ତ୍ତମାନ ୧୮ରୁ ୬୦ ବର୍ଷର ନାଗରିକମାନେ ୟୁକ୍ରେନରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି।

Share