ଋଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନକୁ ଯୁଦ୍ଧ ବିମାନ ଦେବେ ୪ଟି ଦେଶ

କିଭ୍‌,୨୪।୮: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ନେଦରଲ୍ୟାଣ୍ଡ ଓ ଡେନମାର୍କ ୟୁକ୍ରେନର ପାଇଲଟମାନଙ୍କୁ ଏଫ୍‌-୧୬ ବିମାନର ତାଲିମ ପ୍ରଦାନ ଏବଂ ଏହି ଯୁଦ୍ଧ ବିମାନକୁ ଖୁବଶୀଘ୍ର ୟୁକ୍ରେନକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ ୟୁକ୍ରେନକୁ ମୋଟ ୧୯ଟି ଯୁଦ୍ଧ ବିମାନ ଦେବା ପାଇଁ ଘୋଷଣା କରିଛି। ସେଥିମଧ୍ୟରୁ ୬ଟି ଯୁଦ୍ଧ ବିମାନ ଚଳିତ ବର୍ଷ ଶେଷ ସୁଦ୍ଧା ଦିଆଯିବ। ଏହା ବ୍ୟତୀତ ୨୦୨୪ରେ ଆଠଟି ବିମାନ ଏବଂ ୨୦୨୫ ସୁଦ୍ଧା ପାଞ୍ଚଟି ବିମାନ ଦିଆଯିବ ବୋଲି କହିଛି।

ସେହିପରି ଡେନମାର୍କ ଆଠ ୟୁକ୍ରେନ ପାଇଲଟଙ୍କୁ ଯୁଦ୍ଧ ବିମାନ ପାଇଁ ତାଲିମ ଦେବା ଆରମ୍ଭ କରିଛି
ପୋଲାଣ୍ଡ ଏବଂ ସ୍ଲୋଭାକିଆ ୟୁକ୍ରେନକୁ ୨୭ଟି ମିକ-୨୯ ଯୋଗାଇ ଦେଇଛନ୍ତି।

Share