ପାଶ୍ଚାତ୍ୟ ଦେଶର ଚାକର ପାଲଟିଛି ୟୁକ୍ରେନ: ପୁଟିନ…

ମସ୍କୋ,୯।୫ : ମଙ୍ଗଳବାର ରୁଷିଆର ରାଜଧାନୀ ମସ୍କୋରେ ବିଜୟ ଦିବସ ପରେଡ ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପୁଟିନ କହିଥିଲେ, ସଭ୍ୟତା ପରିବର୍ତ୍ତନ ପଥରେ ଅଛି। ରୁଷିଆ ବିରୋଧରେ ଏକ ଯୁଦ୍ଧ ହୋଇଛି ଏବଂ ଆମେ ଆମର ସୁରକ୍ଷା ନିଶ୍ଚିତ କରିବୁ। ପୁଟିନ କହିଛନ୍ତି ଆମ ପାଇଁ ଦେଶଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ।

ବିଜୟ ଦିବସ ପରେଡରେ ପୁଟିନ ତାଙ୍କ ସମ୍ବୋଧନରେ କହିଛନ୍ତି, ୟୁକ୍ରେନ ପାଶ୍ଚାତ୍ୟ ଦେଶର ଚାକର ପାଲଟିଛି। କିନ୍ତୁ ଆମକୁ କଣ କରିବାକୁ ହେବ ତାହା ଆମେ ଜାଣୁ। ଆମେ ସର୍ବୋଚ୍ଚତାର କୌଣସି ଆଦର୍ଶକୁ ଗ୍ରହଣ କରୁନାହୁଁ। ପୁଟିନ ୟୁକ୍ରେନକୁ ନାଜିମାନଙ୍କ ସହ ତୁଳନା କରି କହିଥିଲେ ରୁଷିଆର ମାତୃଭୂମି ବିରୁଦ୍ଧରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧର ଫଳାଫଳ ଆମ ମାତୃଭୂମିର ଭାଗ୍ୟ ସ୍ଥିର କରିବ।

Share