ୟୁକ୍ରେନ୍‌ ପାଲଟିଛି ଚେସ୍‌ ବୋର୍ଡର ମୋହରା…

ଓ୍ବାଶିଂଟନ/ମସ୍କୋ/କାଇଭ୍‌, ୨୪।୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜିବିଗ୍ନିୟେବ ବ୍ରୁିଜେନ୍ସକି ଦଶନ୍ଧି ପୂର୍ବରୁ ତାଙ୍କ ପୁସ୍ତକ ‘ଦ ଗ୍ରାଣ୍ଡ ଚେସ ବୋର୍ଡ’ରେ ଏହି ପ୍ରଶ୍ନ ଉଠାଇଥିଲେ ଯେ ଆମେରିକା ୟୁକ୍ରେନକୁ କାହିଁକି ସହାୟତା କରିବ କିମ୍ବା ୟୁକ୍ରେନକୁ କାହିଁକି ସମର୍ଥନ କରିବ? ଏହାର ଜବାବ ଦେଇ ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ ଯେ ୟୁକ୍ରେନ ବିନା ରୁଷିଆ କେବଳ ଏସୀୟ ସାମ୍ରାଜ୍ୟବାଦୀ ଦେଶ ହୋଇ ରହିଯିବ।

ଏହା ଦ୍ୱାରା ମଧ୍ୟ ଏସୀୟ ଦେଶଗୁଡିକର ବିବାଦରେ ରୁଷିଆ ଜଡ଼ିତ ହୋଇଯିବ। ଅପରପକ୍ଷେ, ଯଦି ୟୁକ୍ରେନ ରୁଷିଆର ନିୟନ୍ତ୍ରଣରେ ରୁହେ ତେବେ ଏହାକୁ ଏକ ’ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ଶକ୍ତି’ ପାଲଟିଯିିବ।

ବ୍ରୁିଜେନ୍ସକଙ୍କ ବିବୃତ୍ତି ଏବେ ଆମେରିକାର ବୈଦେଶିକ ନୀତିର ଏକ ମୁଖ୍ୟ ସିଦ୍ଧାନ୍ତ ପାଲଟିଛି। ବିଶେଷ କରି ଶୀତଳ ଯୁଦ୍ଧ ପରେ ରୁଷିଆକୁ ଦୁର୍ବଳ କରିବାକୁ ହେଲେ ୟୁକ୍ରେନକୁ ଏଥିରୁ ଅଲଗା ହେବାକୁ ପଡିବ। ଏହି ଆମେରିକୀୟ ନୀତି ଅନୁଯାୟୀ, ୟୁକ୍ରେନ ଏବେ ଆମେରିକା ଏବଂ ରୁଷିଆ ମଧ୍ୟରେ ଚେସ୍‌ ବୋର୍ଡର ମୋହରା ପାଲଟିଛି।

ଆମେରିକା ଏବଂ ରୁଷିଆର ପ୍ରତିନିଧିଙ୍କ ମଧ୍ୟରେ ୟୁକ୍ରେନ୍‌ ସଙ୍କଟର ସମାଧାନ ହୋଇପାରି ନାହିଁ। ୟୁରୋପୀୟ ଦେଶ ଏବଂ ରୁଷିଆ ମଧ୍ୟରେ ଫସି ରହିଥିବା ଆମେରିକା, ୟୁକ୍ରେନ ସହିତ ଠିଆ ହୋଇ ନାଟୋର ସମ୍ପୂର୍ଣ୍ଣ ସମର୍ଥନ ହାସଲ କରୁଛି। ମାତ୍ର ନାଟୋ ଶକ୍ତିର ସମର୍ଥନକୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ବିରୋଧ କରିଛନ୍ତିି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ସେ ମୁହାଁମୁହିଁ ହୋଇଛନ୍ତି।

ରୁଷ, ୟୁକ୍ରେନ, ଜର୍ମାନୀ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ସଙ୍କଟର ସମାଧାନ ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନୋର୍ମାଣ୍ଡେ ଫର୍ମାଟ ପ୍ରସ୍ତାବ ଦେଇଛନ୍ତି। ବ୍ରିଟେନକୁ ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ସହିତ ଅନ୍ୟ ସାମରିକ ଉପକରଣ ଯୋଗାଇ ଦେଇଛି। ତୁର୍କୀ ମଧ୍ୟ ୟୁକ୍ରେନକୁ ସାହାଯ୍ୟ କରୁଛି। ଏହା ଦେଖି ରୁଷିଆ ବେଲାରୁଷରେ ଯୁଦ୍ଧ ବିମାନ ସହିତ ପାଟ୍ରୋଲିଂକୁ ଜୋରଦାର କରିଛି। ଏହା ସହିତ ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନ୍ୟ ମଧ୍ୟ ମୁତୟନ କରିଛି। ୟୁକ୍ରେନ ପ୍ରକୃତରେ ରୁଷିଆ ପାଇଁ ସ୍ବତନ୍ତ୍ର। ଏହା ରୁଷିଆର ପରିଚୟ ସହିତ ଜଡିତ ଏକ ପ୍ରସଙ୍ଗ। ୟୁକ୍ରେନ, ଏକ ଖଣ୍ଡବିଖଣ୍ଡିତ ସୋଭିଏତ୍‌ ୟୁନିଅନର ଅଂଶ ହୋଇ ରୁଷିଆ ସହିତ ପ୍ରାଚୀନ କାଳରୁ ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ସମ୍ପର୍କ ରଖିଛି।

୧୯୯୧ରେ ସୋଭିଏତ୍‌ ୟୁନିଅନର ବିଲୋପ ପରେ ୟୁକ୍ରେନ, ୟୁରୋପରେ ଦ୍ୱିତୀୟ ବୃହତ୍ତମ ଦେଶର ମାନ୍ୟତା ହାସଲ କରିଛି। ୟୁକ୍ରେନର ପଶ୍ଚିମ ଭାଗ ୟୁରୋପୀୟ ଦେଶ ବିଶେଷ କରି ପୋଲାଣ୍ଡ ସହିତ ଘନିଷ୍ଠ ସମ୍ପର୍କ ରହିଛି । ୟୁକ୍ରେନର ପଶ୍ଚିମ ଭାଗରେ ଜାତୀୟତାର ଭାବନା ଶକ୍ତିଶାଳୀ । ତଥାପି, ୟୁକ୍ରେନରେ ମଧ୍ୟ ରୁଷୀୟ ଭାଷାଭାଷୀ ସଂଖ୍ୟାଲଘୁଙ୍କ ସଂଖ୍ୟା ରହିଛି ଏବଂ ବିକଶିତ ପୂର୍ବ ଅଞ୍ଚଳରେ ଏହି ଲୋକମାନେ ଅଧିକ ଅଛନ୍ତି।

୨୦୧୪ରେ ୟୁକ୍ରେନ ରାଷ୍ଟ୍ରପତି ବିକାଶ ୟାନୁକୋଭିଚଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସେ ରୁଷିଆକୁ ସମର୍ଥନ କରୁଥିଲେ। ଏହାର ସୁଯୋଗ ନେଇ ରୁଷିଆ ୟୁକ୍ରେନର କ୍ରିମିୟା ଉପରେ ଦଖଲ କରିନେଲା। ସୂଚନାଯୋଗ୍ୟ ଯେ ସେହି ସମୟରେ ବାରାକ ଓବାମା ରାଷ୍ଟ୍ରପତି ଏବଂ ଜୋ ବାଇଡେନ ଉପରାଷ୍ଟ୍ରପତି ଥିଲେ। ସେବେଠାରୁ ୟୁକ୍ରେନ୍‌କୁ ମୋହରା କରି ଆମେରିକା ଏବଂ ରୁଷିଆ ନିଜ ନିଜର ପତିଆରା ବୃଦ୍ଧିର ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri