ରୁଷିଆର ଅଭିଯୋଗ, ଜୈବିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି ୟୁକ୍ରେନ୍‌

ମସ୍କୋ,୩୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଶାନ୍ତି ଲାଗି କଥାବାର୍ତ୍ତା ଚାଲିଥିଲେ ବି ଏହାର କୌଣସି ନିର୍ଣ୍ଣାୟକ ମୋଡ ବାହାରିପାରି ନାହିଁ । ଏହାସହ ମସ୍କୋ ଓ କ୍ୱିଭ ପରସ୍ପର ଉପରେ ଅଭିଯୋଗ କରି ଚାଲିଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ମେଜର ଜେନରାଲ ଇଭୋର କୋନାଶୋନକୋଭ କହିଛନ୍ତି କ୍ୱିଭ, ଡୋନବାସ ଓ ରୁଷିଆ ସଂଘର ଜନସଂଖ୍ୟା ବିରୋଧରେ ଜୈବିକ ଅସ୍ତ୍ର ବ୍ୟବହାର ସମ୍ଭାବନାକୁ ନେଇ ଗମ୍ଭିରତାର ସହ ବିଚାର କରୁଛି । ଏହା ପୂର୍ବରୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଥିଲା କି ୟୁକ୍ରେନରେ ଥିବା ଆମେରିକାର ଜୈବିକ ଲାବୋରୋଟୋରି ଗୁଡିକ ଗୁପ୍ତଭାବେ ପାଥୋଜେନ ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

Share