ରୁଷିଆ କବ୍‌ଜାରେ ଥିବା ଗାଁକୁ ମୁକ୍ତ କରୁଛି ୟୁକ୍ରେନ

କିଭ୍‌,୧୮ା୬): ରୁଷିଆ-ୟୁକ୍ରେନ ଯୁଦ୍ଧ ନିରନ୍ତର ଜାରି ରହିଛି। ଏହି ସମୟରେ ରୁଷିଆର ଆକ୍ରମଣକୁ ନେଇ ୟୁକ୍ରେନ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି। ବର୍ତ୍ତମାନ ୟୁକ୍ରେନ ଦକ୍ଷିଣ ଜାପୋରିଜିଆ ଅଞ୍ଚଳର ଏକ ଗ୍ରାମ ଦଖଲ କରିଛି ୟୁକ୍ରେନ। ରବିବାର ରୁଷିଆର ଜଣେ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ଚଳିତ ମାସ ଆରମ୍ଭରେ କାଉଣ୍ଟର ଆକ୍ରମଣାତ୍ମକ କାର୍ଯ୍ୟ ଆରମ୍ଭ ପରଠାରୁ ଏହା ହେଉଛି ପ୍ରଥମ।

ଅଧିକାରୀ ଭ୍ଲାଡିମିର ରୋଗୋଭ କହିଛନ୍ତି, ୟୁକ୍ରେନ ସୈନ୍ୟମାନେ ପ୍ୟାଟ୍‌ଖଟକି ବସ୍ତି ଅକ୍ତିଆର କରିନେଇଛନ୍ତି ଏବଂ ରୁଷିଆର ତୋପଖାନାକୁ ଘେରି ରହିବା ପରେ ସେଠାରେ ନିଜକୁ ନିୟୋଜିତ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଶତ୍ରୁଙ୍କ କ୍ରମାଗତ ଆକ୍ରମଣ ବହୁ କ୍ଷତି ସତ୍ତ୍ୱେ ସକାରାତ୍ମକ ଫଳାଫଳ ଦେଇଛି। ସେ କହିଛନ୍ତି, ଏହି ଅଞ୍ଚଳରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ତରଫରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ।

Share