ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…

କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର ଦେଶଙ୍କ ସହଯୋଗରେ ଘରୋଇ ସାମରିକ ଉତ୍ପାଦନ ବୃଦ୍ଧି କରୁଛୁ।

ୟୁକ୍ରେନ କେବଳ ମିତ୍ର ଦେଶଙ୍କ ଉପରେ ନିର୍ଭର କରିବାକୁ ଚାହୁଁନାହିଁ। ୟୁକ୍ରେନ ଲକ୍ଷ୍ୟ ରଖିଛି କିଭଳି ଆମର ସମସ୍ତ ପଡ଼ୋଶୀମାନଙ୍କ ପାଇଁ ସୁରକ୍ଷା ପ୍ରଦାନକାରୀ ହୋଇପାରିବ। ମାତ୍ର ଏହା ସେତେବେଳେ ସମ୍ଭବ ଯେତେବେଳେ ଏହା ନିଜ ସୁରକ୍ଷାକୁ ନିଶ୍ଚିତ କରିପାରିବ।

ଜେଲେନସ୍କିଙ୍କ ଏହି ମନ୍ତବ୍ୟ ରାଷ୍ଟ୍ରପତିଙ୍କ ୱେବସାଇଟରେ ପୋଷ୍ଟ କରାଯାଇଛି। ୟୁକ୍ରେନ ସହିତ ସହଯୋଗ କରିବାକୁ ମୁଁ ସମସ୍ତ ଆମେରିକୀୟ ପ୍ରତିରକ୍ଷା କମ୍ପାନୀଗୁଡ଼ିକୁ ନିମନ୍ତ୍ରଣ କରୁଛି। ମୁଁ ନିଶ୍ଚିତ ଏକତ୍ର ଆମେ ଏକ ନୂତନ ଏବଂ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ସୃଷ୍ଟି କରିପାରିବା, ଯାହା ବିଶ୍ୱର ସମସ୍ତ ସ୍ବାଧୀନଦେଶ ପାଇଁ ଏକ ନିର୍ଭରଯୋଗ୍ୟ ସହାୟକ ହେବ।

Share